Hot Posts

6/recent/ticker-posts

୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ: ଉଚ୍ଚଶିକ୍ଷା ବିଭାଗର କଠୋର ପଦକ୍ଷେପ

ଭୁବନେଶ୍ୱର, ୨୯/୧ :  ରାଜ୍ୟର ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। କାପା ପୋର୍ଟାଲରେ କଲେଜ ଆକାଉଣ୍ଟ ଅପଡେଟ କରିବା ପାଇଁ ଆଗରୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅମଲରେ ଆସିନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  

ଏହି ପଦକ୍ଷେପ ରାଜ୍ୟର ବିଭିନ୍ନ ଜିଲ୍ଲାର କଲେଜ ଅଧ୍ୟକ୍ଷମାନଙ୍କୁ ପ୍ରଭାବିତ କରିଛି, ଯେଉଁଥିରେ ସର୍ବାଧିକ ୧୧ ଜଣ ଅଧ୍ୟକ୍ଷ ଯାଜପୁର ଜିଲ୍ଲାରୁ ରହିଛନ୍ତି। ଏହା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଶାସନ ରୂପୀ କଠୋର ପଦକ୍ଷେପ ଭାବେ ଦେଖାଯାଉଛି। ଏହା ଚଳିତମାସ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିପାରେ