Hot Posts

6/recent/ticker-posts

କଣ୍ଟାବାଞ୍ଜିରେ ବନ ବିଭାଗର ବଡ ଚଢ଼ାଉ : କୋଟିଏ ଟଙ୍କାର ଖଇର କାଠ ଜବତ


ପାଟଣାଗଡ, ୭/୧:  ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଚାଲିଥିବା ଚୋରା କାଠ ଚାଲାଣ ଉପରେ ବନ ବିଭାଗ ବଡ ପ୍ରହାର କରିଛି। ମଙ୍ଗଳବାର ସକାଳେ ବଲାଙ୍ଗୀର DFOଙ୍କ ନିର୍ଦ୍ଦେଶରେ ଏକ ଅଚାନକ ଚଢାଉରେ ପ୍ରାୟ କୋଟିଏ ଟଙ୍କାର ଖଇର କାଠ ଜବତ କରାଯାଇଛି। ଏହି ରେଡ୍‌ କଣ୍ଟାବାଞ୍ଜିର ୨ଟି ଗାଁରେ କରାଯାଇଥିଲା, ଯେଉଁଠାରେ ବନ ବିଭାଗ ଏକ ଟ୍ରାକ୍ଟର ଭରି ଖଇର କାଠ ଜବତ କରିଛି। ଏତେ ବଡ ପରିମାଣର ଚୋରା କାଠ ଦେଖି ବନ ବିଭାଗର କର୍ମଚାରୀମାନେ ତାଜୁବ ହୋଇଯାଇଥିଲେ।  ଏହି ରେଡ୍‌ରେ ବଲାଙ୍ଗୀର ଜିଲ୍ଲାର ୧୧ଟି ରେଞ୍ଜର ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ। ଏପର୍ଯ୍ୟନ୍ତ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି ଏବଂ ଚଢାଉ ଚାଲିଥିବାର ସୂଚନା ମିଳିଛି। ତେବେ କୌଣସି କାଠ ମାଫିଆଙ୍କୁ ଗିରଫ କରିବାର ସମ୍ବାଦ ମିଳିନାହିଁ। ବନ ବିଭାଗର ACF ଇନଚାର୍ଜ ରେଞ୍ଜ ଅଫିସର ଅରବିନ୍ଦ ନାଏକ କହିଛନ୍ତି ଯେ କାଠ ମାଫିଆଙ୍କ ଲୋକେସନ ପାଇଁ ଅନୁସନ୍ଧାନ ଜାରି ରହିଛି।  କଣ୍ଟାବାଞ୍ଜି ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା ଖଇର କାଠ ଚାଲାଣ ହୋଇଥିବାର ଅଭିଯୋଗ ମିଳୁଥିଲା। ସୂତ୍ରର ତଥ୍ୟ ଆଧାରରେ ଚଢାଉ କରାଯାଇଥିଲା, ଯାହାରେ ବିପୁଳ ପରିମାଣର ଖଇର କାଠ ଜବତ କରାଯାଇଛି। ତଥାପି କାଠ ମାଫିଆଙ୍କୁ ଜିମ୍ମାରେ ନେବା ପାଇଁ ବନ ବିଭାଗ ଅଧିକାରୀମାନେ ଅଭିଯାନ ଜାରି ରଖିଛନ୍ତି। ବନ ଜନ୍ତୁ ଓ ଜଙ୍ଗଲ ରକ୍ଷା ନିମନ୍ତେ ଏହି ପଦକ୍ଷେପ ବନ ବିଭାଗ ପକ୍ଷରୁ ଗରୁତ୍ବପୂର୍ଣ୍ଣ ମନାଯାଉଛି।