Hot Posts

ଦିଗପହଣ୍ଡିରେ ପୂର୍ବ ଶତୃତାରୁ ହିଂସା: ଗୁରୁତର ଆଘାତ, ହିଂସାକାରୀ ଗଲେ ଜେଲ


ଦିଗପହଣ୍ଡି, ୧୪/୧:-  ଦିଗପହଣ୍ଡି ବ୍ଲକ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ଅଧୀନ ମେଘଝୋଳି ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଏକ ହିଂସାକାଣ୍ଡ ଘଟିଥିବା ଆଭିଯୋଗ ଉପସ୍ଥାପିତ ହୋଇଛି। ଏଥିରେ ଜାଗିଲି ନାୟକ ଗୁରୁତର ଆଘାତ ପ୍ରାପ୍ତ କରିବା ସହ ତାଙ୍କ ବାମ ହାତ ଭାଙ୍ଗି ଯାଇଥିଲା। 

ଗତ ୩ ତାରିଖ ସକାଳକୁ ମନାସ ନାୟକ ଓ ତାଙ୍କ ପଡୋଶୀ ସୁଶାନ୍ତ ନାୟକଙ୍କ ମଧ୍ୟରେ ଘର ନିର୍ମାଣ ସଂପର୍କରେ ବାଦବିବାଦ ହୋଇଥିଲା। ଘଟଣା ସମୟରେ ଜାଗିଲି ଗୋଟିଏ ଇଟାଖଣ୍ଡରେ ଆଘାତ ସହ ଗଭୀର ଚୋଟ ପ୍ରାପ୍ତ କରିଥିଲେ। ମୁଣ୍ଡରେ ଗଭୀର ଆଘାତ ଏବଂ ବାମ ହାତ ଭାଙ୍ଗିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  

ଏହାର ସମ୍ବନ୍ଧରେ ଜାଗିଲିଙ୍କ ସ୍ତ୍ରୀ ମନାସ ନୂଆଗାଁ ଥାନାରେ ଏକ ଏତଲା ଦେଇଥିଲେ। ଏହି ଆଧାରରେ ଥାନା ମାମଲା ତୟାରି କରି ଅଭିଯୁକ୍ତ ସୁଶାନ୍ତଙ୍କୁ ଗିରଫ କରାଯାଇଥିଲା। ମଙ୍ଗଳବାର ସେ ଦିଗପହଣ୍ଡି କୋର୍ଟକୁ ହାଜର ହେଲେ ଏବଂ ଜାମିନ ଆବେଦନ ଖାରଜ ହେବାରୁ ସୁଶାନ୍ତଙ୍କୁ ସବ ଜେଲକୁ ପଠାଇ ଦିଆଯାଇଛି।