ନୂଆଦିଲ୍ଲୀ, ୧୫/୧ :୨୦୨୪ ଲୋକ ସଭା ନିର୍ବାଚନରେ ପରାଜୟ ପରେ ରାଜନୀତିର ମଝି ମଞ୍ଚରୁ କିଛି ମାସ ଦୂରେଇଥିବା ସ୍ମୃତି ଇରାନୀ ଏବେ ପୁନଃଥରେ ରାଜନୈତିକ ଭୂମିକାରେ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମରେ ସେ ଏବେ ଏକ ନୂଆ ଭୂମିକାରେ ଯୋଗ ଦେଇଛନ୍ତି, ଯାହାର ଗୁରୁତ୍ୱ ସରକାରୀ ନିର୍ଣ୍ଣୟରେ ସ୍ପଷ୍ଟ ଦେଖାଯାଉଛି। ଏଥର ସେ ମନ୍ତ୍ରୀ ଭାବରେ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଏବଂ ପାଠାଗାର (PMML)ର କାର୍ଯ୍ୟର୍ନିବାହୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଭାବରେ ନିମନ୍ତ୍ରଣ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଏହି ପରିଷଦର ଅଧ୍ୟକ୍ଷ ଥିବା ବେଳେ, ସ୍ମୃତିଙ୍କୁ ଏକ ବ୍ୟାପକ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇ ତାଙ୍କର କାର୍ଯ୍ୟକ୍ଷମତା ଓ ଅଭିଜ୍ଞତାର ସ୍ୱୀକୃତି ଜଣାଇଛନ୍ତି। ସଂଗ୍ରହାଳୟର ଲକ୍ଷ୍ୟ ହେଉଛି ଭାରତର ସ୍ବାଧୀନତା ସଂଗ୍ରାମ, ପୁନଃର୍ନିମାଣ ଏବଂ ସମାଜର ଉନ୍ନତି ସହିତ ସମ୍ପର୍କିତ ତଥ୍ୟ ଓ ସାଧନ ସଂରକ୍ଷଣ।
ନୂତନ ପ୍ରଣାଳୀରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ଅଧ୍ୟକ୍ଷ ଭାବରେ ପୁନର୍ଦାୟିତ୍ୱ ଦିଆଯାଇଛି। ଅବସରପ୍ରାପ୍ତ ସେନା ଜେନେରାଲ ସୟଦ ଆତା ହସନେନ, ପୂର୍ବତନ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର, ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ଏବଂ ସ୍ମୃତି ଇରାନୀ ସମେତ ଅନେକ ପ୍ରମୁଖ ବ୍ୟକ୍ତି ସଦସ୍ୟ ଭାବରେ ନିମନ୍ତୁକ ହୋଇଛନ୍ତି। ପୂର୍ବରୁ ୨୯ ସଦସ୍ୟ ଥିବା ଏହି ପରିଷଦକୁ ୩୪ ସଦସ୍ୟରେ ବିସ୍ତାର କରାଯାଇଛି।
୨୦୨୪ରେ ଆମେଥିରୁ ପରାଜୟ ପରେ ସ୍ମୃତି ଏକ ସମୟ ପର୍ଯ୍ୟନ୍ତ ଲୋକଲୋଚନରୁ ଦୂରେଇଥିଲେ। ଏବେ ସେ ଏକ ନୂତନ ଭୂମିକାରେ ଫେରି ଏବଂ ପ୍ରମାଣ କରୁଛନ୍ତି ଯେ ସେ କେବଳ ଏକ ରାଜନୀତିକ ନେତ୍ରୀ ନୁହେଁ, ଦୃଢ଼ ନେତୃତ୍ୱ ଓ ନବୀନ ଭାବନାର ସଂଯୋଗ ରଖିବାକୁ ସମର୍ଥ।