Hot Posts

6/recent/ticker-posts

ନିଶ୍ଚିନ୍ତକୋଇଲିରେ ଏଟିଏମ୍‌ରେ ଲାଗିଲା ନିଆଁ, ତଦନ୍ତ ଜାରି

ନିଶ୍ଚିନ୍ତକୋଇଲି, ୨୮/୧ : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ଵରରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏଟିଏମ୍‌ରେ ଆଜି ଅଚନାକ ନିଆଁ ଲାଗିଥିବା ଘଟଣା ସମାଚାର ଆସିଛି। ସୁଭଦ୍ରା ମହତାବ ମହାବିଦ୍ୟାଳୟ ନିକଟର ଏହି ଏଟିଏମ୍‌ରେ ନିଆଁ ଲାଗିବାର ଖବର ମିଳିବା ସହିତ ନିଶ୍ଚିନ୍ତକୋଇଲି ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଶୀଘ୍ରତାର ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ତ୍ବରାନ୍ବିତ ଚେଷ୍ଟାରେ ନିଆଁକୁ ଆୟତ କରିଥିଲା। କାର୍ଯ୍ୟ ଲଗଭଗ ସଫଳ ହେବାର ସୂଚନା ମିଳିଛି। ତେବେ, ଏହି ଘଟଣା ଦ୍ୱାରା କି ଅର୍ଥିକ କ୍ଷତି ହୋଇଛି କିମ୍ବା କଣ କଣ ଧ୍ୱଂସ ଘଟିଛି ତାହା ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ

ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ, ଇଲେକ୍ଟ୍ରିକ ସର୍ଟ ସର୍କିଟ୍ ଏହାର ପ୍ରାଥମିକ କାରଣ ହେବାର ସନ୍ଦେହ ତିବ୍ର ହୋଇଛି। ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ ଘଟଣାକୁ ଗଭୀର ତଦନ୍ତ କରାଯାଉଛି ଏବଂ ଆଗାମୀ ଦିନରେ ସବୁ ସ୍ପଷ୍ଟ ହେବାର ଆଶା କରାଯାଉଛି।ସମ୍ପର୍କିତ ଏହି ଘଟଣାରେ ଅନ୍ୟାନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚାରାଉଛନ୍ତି ଏବଂ ସୁରକ୍ଷା କାମରା ଫୁଟେଜ୍‌ ଯାଞ୍ଚ କରିବାର ଚେଷ୍ଟା ଚାଲିଛି।