ଭୁବନେଶ୍ୱର, ୨୬/୧ : ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଅମରତା ସାଧନ କରିଥିବା ସ୍ବାଧୀନତା ସଂଗ୍ରାମୀ ଓ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ମାନବୀୟ ମୂଲ୍ୟ ଓ ଗରିମା ରକ୍ଷା ପାଇଁ ସେମାନଙ୍କର ଅବଦାନକୁ ସ୍ମରଣ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ସନ୍ଦେଶରେ କହିଛନ୍ତି, "ଆଜିର ପବିତ୍ର ଦିନରେ ଆମେ ଏକ ନୂତନ ଦୃଷ୍ଟିକୋଣରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଗଢ଼ି ତୋଳିବାର ଶପଥ ନେବା ଆବଶ୍ୟକ। ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଭାଗୀତା ଅତ୍ୟାବଶ୍ୟକ।"
ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପତି ଆବେଗ ଜଡ଼ା ଶବ୍ଦରେ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି। ଆଧୁନିକ ଭାରତର ଆକାଙ୍କ୍ଷା ଓ ସ୍ୱାଭିମାନକୁ ଉପଲବ୍ଧ କରିବା ପାଇଁ ସରକାରର ଉଦ୍ୟମ ଉପରେ ସେ ଆଲୋକ ପକାଇଛନ୍ତି।,