କେନ୍ଦୁଝର, ୧୭/୧ : କେନ୍ଦୁଝର ଅଞ୍ଚଳରେ ଆକସ୍ମିକ ଏକ ଲୁଟର ଘଟଣା ଘଟିଛି। ବୁଧବାର ଦିନ ଏସ୍ପି ଅଫିସ ପଛରେ ପିଡବ୍ଲ୍ୟୁଡି ଅଫିସ ସାମ୍ନାରେ ଘଟିଥିବା ଏହି ଘଟଣାରେ ଜଣେ ମହିଳାଙ୍କୁ ଲକ୍ଷ କରି ଲୁଟେରା ତାଙ୍କ ବେକରୁ ସୁନା ଚେନ୍ ଲୁଟ କରିଛନ୍ତି। ଲୁଟ କରିବା ପରେ ଅଭିଯୁକ୍ତ ଜଣେ ବାଇକରେ କଲେଜ ଛକ ଆଡ଼େ ଚମ୍ପଟ ମାରିଥିଲେ।ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଲୁଟେରାଙ୍କ ସାଙ୍ଗରେ ଆଉ ୨ ଯୁବକ ଥିଲେ, ଯେମାନେ ଆଉ ଏକ ବାଇକରେ ଥିବା ଦେଖାଯାଇଛି। ଘଟଣା ପରେ ସ୍ଥାନୀୟ ଲୋକ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ପଳାଇ ଯାଇଥିଲେ।ଗୁରୁବାର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଏକ ଦୋକାନରୁ ମିଳିଥିବା ସିସିଟିଭି ଫୁଟେଜ ପୋଲିସଙ୍କ ପାଇଁ ତଦନ୍ତରେ ମହତ୍ୱପୂର୍ଣ୍ଣ ସାହାଯ୍ୟ ଦେବା ଅନୁମାନ। ଦିନଦହାଡ଼ି ଏସ୍ପି ଅଫିସ ପାଖରେ ଏପରି ଘଟଣା ଘଟିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ସୃଷ୍ଟି ହୋଇଥିବା ବେଳେ, ପୋଲିସ ପାଇଁ ଏହି ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ଚାଲେଞ୍ଜର ଆକାର ନେଇଛି।