Hot Posts

6/recent/ticker-posts

ରାୟଗଡ଼ାରେ ପାହାଡ଼ ଟାପୁ ଉପରେ ମୃତଦେହ ଠାବ; ରହସ୍ୟ ଉନ୍ମୋଚନରେ ପୋଲିସ ତଦନ୍ତ ଜୋରଦାର


ରାୟଗଡ଼ା, ୧୭/୧ : ରାୟଗଡ଼ା ଜିଲ୍ଲାର ବାଇସିଂ ପଞ୍ଚାୟତ ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ଏକ ଛୋଟ ପାହାଡ଼ ଟାପୁରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଥିବା ଘଟଣା ଉନ୍ମୋଚିତ ହୋଇଛି। ମୃତକଙ୍କ ଜଣାଶୁଣା ହେଲେ କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତର ପଟାମୁଣ୍ଡା ଗ୍ରାମବାସୀ ପବିତ୍ର ନାଏକ (ବୟସ ୨୨)।ଖବର ପାଇ ଘଟଣାସ୍ଥଳକୁ ରାୟଗଡ଼ା ଟାଉନ ଥାନାର ଆଇଆଇସି କେକେବିକେ କହଁରଙ୍କ ନେତୃତ୍ୱରେ ପୋଲିସ ଦଳ ଓ ବିଜ୍ଞାନିକ ଦଳ ପହଞ୍ଚିଛନ୍ତି। ତଦନ୍ତ ବେଳେ ମୃତଦେହ ନିକଟରୁ ମଦ ବୋତଲ, କପା ଔଷଧ, ମୋବାଇଲ ଏବଂ ଅଳ୍ପ ରକମର ଟଙ୍କା ଜବତ ହୋଇଛି। ଏହା ସହ ଘଟଣାସ୍ଥଳରେ ମିଳିଥିବା ସାମଗ୍ରୀ ଦେଖି ଘଟଣାର ଅସ୍ପଷ୍ଟ କାରଣ ନେଇ ପୋଲିସ ତଦନ୍ତ କରୁଛି।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ରହସ୍ୟର ସୃଷ୍ଟି କରିଥିବା ବେଳେ, ପୋଲିସ ଏହାର ମୂଳ କାରଣ ତଦନ୍ତ କରିବା ପାଇଁ ଅଧିକାରୀ ସ୍ତରରେ ପ୍ରୟାସ ଜାରି ରଖିଛନ୍ତି।