Hot Posts

6/recent/ticker-posts

ନୂଆପଡ଼ା-ଛତିଶଗଡ଼ ସୀମାନ୍ତରେ ମାଓବାଦୀ ଅପରେଶନ: ଜଣେ ନିହତ, ବିଶାଳ ମାଓବାଦୀ ସାମଗ୍ରୀ ଜବତ


ନୂଆପଡ଼ା ୪/୧:ନୂଆପଡ଼ା ଓ ଛତିଶଗଡ଼ ସୀମାରେ ଗୁରୁବାର ଓ ଶୁକ୍ରବାର ହୋଇଥିବା ଯୁକ୍ତ ଅପରେଶନ ସମୟରେ ମାଓବାଦୀ ସହ ଗୁଳି ବିନିମୟ ଘଟିଥିଲା। ଏଥିରେ ଜଣେ ମାଓବାଦୀ ନିହତ ହେବା ସହ, ଶନିବାର କୋମ୍ବିଂ ଅପରେଶନରେ ମାଓବାଦୀ କ୍ୟାମ୍ପରୁ ବିଶାଳ ପରିମାଣରେ ହତିଆର ଓ ଦସ୍ତାବେଜ ଜବତ ହୋଇଛି। ଏହା ସହିତ ନିହତ ମାଓବାଦୀଙ୍କ ମୃତଦେହ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। 

ନୂଆପଡ଼ା-ଛତିଶଗଡ଼ ସୀମାରେ ମାଓବାଦୀ ସଂଚାର ନେଇ ଗୋଇନ୍ଦା ସୂତ୍ର ଚେତାବନୀ ଦେଇଥିଲା। ଏଥିକୁ ଆଧାର କରି ଗରିଆବନ୍ଧ ଜିଲା ଇନ୍ଦାଗାଁ ଥାନା ଅଞ୍ଚଳର କାଣ୍ଡସର ଗାଁ ଜଙ୍ଗଲରେ ମାଓବାଦୀ ରୋକିବା ଲକ୍ଷ୍ୟରେ ଯୁକ୍ତ ଅଭିଯାନ ଜାରି ରହିଥିଲା। ଏହାରେ ଇ-୩୦ ଗରିଆବନ୍ଧ, ଓଡ଼ିଶାର ଏସ୍‌ଓଜି ଯବାନ, ସିଆର୍‌ପିଏଫ୍ ୬୫ ଓ ୨୧୧ ବାଟାଲିୟନ, ଡିଆରଜି ଧନତରୀ, ଓ ୨୦୭ କୋବ୍ରା ବାଟାଲିୟନ ଅଂଶଗ୍ରହଣ କରିଥିଲେ। 

ମାଓବାଦୀଙ୍କୁ ମୁକାବିଲା ସମୟରେ ଗୁଳି ବିନିମୟ ହୋଇ ଜଣେ ମାଓବାଦୀ ନିହତ ହୋଇଥିଲେ। ନୂଆପଡ଼ା ଏବଂ ଛତିଶଗଡ଼ ଯବାନ ମିଳିତ ଭାବେ ମାଓବାଦୀ କ୍ୟାମ୍ପରୁ ୨ଟି ବିଜିଏଲ୍‌ ଲଞ୍ଚର, ୨ଟି ୩୧୫ ବୋର ରାଇଫଲ, ୪ଟି ଅନ୍ୟାନ୍ୟ ହତିଆର ସହ ଅନେକ ସାମଗ୍ରୀ ଜବତ କରିଛନ୍ତି। ଉଦ୍ଧାର ସାମଗ୍ରୀଗୁଡ଼ିକୁ ଗରିଆବନ୍ଧ ମୁଖ୍ୟାଳୟକୁ ଆଣାଯାଇଛି।  

ନୂଆପଡ଼ା ଜିଲା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର କହିଛନ୍ତି ଯେ ମାଓବାଦୀଙ୍କୁ ଅନ୍ୟାୟ ରୋକିବା ପାଇଁ ଜାରି ରହିଥିବା ଏହି ଯୁକ୍ତ ଅଭିଯାନ ଆଗାମୀ ଦିନରେ ଆହୁରି ଗୁରୁତ୍ୱ ଦିଆଯିବ।