ଭଦ୍ରକ, ୨୧/୧ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାର ମାଲିକଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସୁପରଭାଇଜର। ସଂସ୍ଥାର ମାଲିକ ଅକ୍ଷୟ କୁମାର ଦାସଙ୍କ ଠାରୁ ଦରମା ପାଇନଥିବା ପାଇଁ ମହିଳା ତୀବ୍ର ଅସନ୍ତୋଷ ପ୍ରକାଶ କରି ନ୍ୟାୟ ଦାବି କରିଛନ୍ତି।
ମହିଳା ଜଣକ କହିଛନ୍ତି ଯେ, ସେ ଗତ ୬ ମାସ ଧରି ଦରମାରୁ ବଞ୍ଚିତ ହେଉଛନ୍ତି। ସେପଟେ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ଦବାବ ଦିଆଯାଉଥିବାର କଥା ମଧ୍ୟ ଆଣିଛନ୍ତି। ଏମିତି ନୁହେଁ, ଅନ୍ୟ କାର୍ଯ୍ୟର୍ଥ ଯୁବତୀଙ୍କୁ ମଧ୍ୟ ନିର୍ବାଧ ଭାବରେ ସଂସ୍ଥାର ମାଲିକଙ୍କ ପାଖକୁ ଯିବାକୁ ନିର୍ଦେଶ ଦିଆଯାଉଥିବା ଏବଂ ମନା କରିଲେ ତାଙ୍କ ପ୍ରତି ଖରାପ ବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି।
ମହିଳାଙ୍କ ମତାନୁସାରେ, ସେ ଘଟଣାର ଅଡିଓ ରେକର୍ଡିଂ ମଧ୍ୟ ରଖିଛନ୍ତି ଯାହାକି ତାଙ୍କ ସହ ହୋଇଥିବା ଅନ୍ୟାୟର ପ୍ରମାଣ। ଏହାକୁ ନେଇ ସେ ଭଦ୍ରକ ଟାଉନ ଥାନାରେ ଏତଲା ଦେଇଛନ୍ତି ଏବଂ ନ୍ୟାୟ ଦାବି କରିଛନ୍ତି। ସେ ଆଗୁଆ କରି କହିଛନ୍ତି ଯେ ନ୍ୟାୟ ନମିଳିଲେ ଏସପିଙ୍କ ନିକଟରେ ଅଭିଯୋଗ କରିବେ।
ଅଭିଯୋଗ ପରେ, ସଂସ୍ଥାର ମାଲିକ ଅକ୍ଷୟ ଦାସ ଥାନାରେ ଜାଇ ତାଙ୍କ ପକ୍ଷ ସ୍ପଷ୍ଟ କରିଛନ୍ତି। ସେ ଅଭିଯୋଗକୁ "ଭିତ୍ତିହୀନ" ଭାବରେ ପ୍ରତିପାଦନ କରି କହିଛନ୍ତି, ମହିଳା ତାଙ୍କ କାମରେ ଅବହେଳା କରୁଥିଲେ ଏବଂ ଅସଭ୍ୟ ଭାଷା ବ୍ୟବହାର କରି ତାଙ୍କ ରବାୟତି ଭାଙ୍ଗିଦେଇଥିଲେ। ତା’ପରେ ଦୃଢ଼ ପଦକ୍ଷେପ ହିସାବରେ ତାଙ୍କୁ କାମରୁ ବାହାର କରାଯାଇଥିବା କଥା ସେ କହିଛନ୍ତି
ଏହି ଘଟଣାକୁ ନେଇ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମହିଳାଙ୍କ ଅଭିଯୋଗର ପ୍ରତ୍ୟେକ ପ୍ରମାଣ ଯାଞ୍ଚ କରାଯାଉଛି। ଅନ୍ୟପଟେ ସଂସ୍ଥାର ପକ୍ଷରୁ ଦାସଙ୍କ କଥାକୁ ମଧ୍ୟ ସୁନାଯାଉଛି। ଏହି ମାମଲା ଉପରେ ପୋଲିସ ଅନ୍ତିମ ରାୟ ପ୍ରସ୍ତୁତ କରିବ ବୋଲି ଅପେକ୍ଷା।