Hot Posts

6/recent/ticker-posts

ସମ୍ବଲପୁରରେ ପୁଣି ହାତୀ ମୃତ୍ୟୁ: ବିଦ୍ୟୁତ ତାର ସଂସ୍ପର୍ଶ କି? ତଦନ୍ତ ଜାରି

ସମ୍ବଲପୁର, ୨୯/୧ : ଏକ ଦିନ ବ୍ୟବଧାନରେ ସମ୍ବଲପୁରରେ ପୁଣି ଜଣେ ହାତୀ ମୃତ୍ୟୁ ବେପରୋଆ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏହି ମୃତ ଦନ୍ତା ହାତୀଟିର ଦେହ ସମ୍ବଲପୁର ସଦର ରେଞ୍ଜର ଯାଦୁଲୁଇସିଂ ନିକଟରେ ଜଙ୍ଗଲ ମଧ୍ୟରେ ଠାବ ହୋଇଥିଲା।ସ୍ଥାନୀୟ ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇପାରେ। ହେଲେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ମୃତ ହାତୀଟି ପ୍ରାୟ ୨୦ ବର୍ଷ ବୟସ୍କ ଥିବା ଏକ ଦନ୍ତା ବୋଲି ବନ ବିଭାଗ ସୂଚନା ଦେଇଛି।ସ୍ଥାନୀୟ ଲୋକେ ହାତୀ ମୃତ୍ୟୁ ଘଟଣା ବନ ବିଭାଗକୁ ଜଣାଇବା ପରେ କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଶବଟି ଉଦ୍ଧାର କରିଥିଲେ। ଏବେ ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ମୃତଦେହର ବ୍ୟବଚ୍ଛେଦ (ପୋଷ୍ଟମର୍ଟେମ) ପ୍ରକ୍ରିୟା ଚାଲିଛି। ବ୍ୟବଚ୍ଛେଦ ଫଳାଫଳ ପରେ ଏହି ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।ଗତ କିଛି ମାସ ଧରି ଓଡ଼ିଶାର ଏକାଧିକ ଅଞ୍ଚଳରେ ହାତୀମୃତ୍ୟୁ ଘଟଣା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି। ବିଶେଷକ୍ଷମାନଙ୍କ ମତରେ, ବିଦ୍ୟୁତ ତାର ଓ ମାନବ-ହାତୀ ସଂଘର୍ଷ ଏହି ହାତୀମୃତ୍ୟୁର ପ୍ରମୁଖ କାରଣ ଅଟେ। ବନ ବିଭାଗ ଏବଂ ରାଜ୍ୟ ସରକାର ବନ୍ୟଜନ୍ତୁ ସୁରକ୍ଷା ପାଇଁ କଣ ନୂଆ ପଦକ୍ଷେପ ନେବେ, ତାହା ଦେଖିବା ଅବଶ୍ୟକ।