Hot Posts

6/recent/ticker-posts

ଲୋଇସିଂହାରେ ପ୍ରଧାନ ଶିକ୍ଷକଙ୍କ ଯୌନ ନିର୍ଯାତନା ଅଭିଯୋଗ: ଅଭିଭାବକଙ୍କ ମଧ୍ୟରେ ଆକ୍ରୋଶ, ପୋଲିସ ତଦନ୍ତର ଦାବି

ଲୋଇସିଂହା, ୨୮/୧ : ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ରେଙ୍ଗାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ତ୍ରିପାଠୀଙ୍କ ବିରୋଧରେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେବା ଓ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିବାର ଅଭିଯୋଗ ମାମଲା ସାମ୍ନାକୁ ଆସିଛି। ଏହି ଅଭିଯୋଗ ନେଇ ଅଭିଭାବକମାନେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ଅଭିଭାବକ ଓ ଘରୋଇ ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କ ସହ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ସହିତ ତାଙ୍କୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ମିଳିଛି। ଏପରିକି, "ମୋତେ ଭଲ ପାଉଛ କି ନାହିଁ?" ପ୍ରଶ୍ନ କରି ଛାତ୍ରୀଙ୍କୁ ଭୟ ଦେବା ଓ ତାଙ୍କ ଶରୀରକୁ ଛୁଇଁବା ଘଟଣା ଉଦ୍ଭାସିତ ହୋଇଛି। ଛାତ୍ରୀମାନେ ଏତେ ଭୟଭୀତ ଥିଲେ ଯେ, ଏଇ ସବୁ ଘଟଣା କାହାକୁ ଜଣାଇ ପାରୁନଥିଲେ। ଚରମ ସହନଶୀଳତା ରୁପାରେ ସେମାନେ ସୋମବାର ଦିନ ନିଜ ମାତାପିତାଙ୍କୁ ଘଟଣା ର ସୂଚନା ଦେଇଥିଲେ।

ଅଭିଭାବକମାନେ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ଉଦୁରୁକୂଳିଆ, ପ୍ରଧାନ ଶିକ୍ଷକଙ୍କ ଆଚରଣକୁ ଘୋର ଅସମ୍ମତି ଜଣାଇ ଏହାକୁ ଗୁରୁତର ଅପରାଧ ଭାବେ ଚିହ୍ନଟ କରିଛନ୍ତି। ଘଟଣା ନେଇ ବଲାଙ୍ଗୀର ସଦର ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।ଅଭିଯୋଗ ପରେ ପ୍ରଧାନ ଶିକ୍ଷକ ଏହି ଅପରାଧକୁ ସ୍ଵୀକାର କରି କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହିତ ସେ ଅଭିଭାବକଙ୍କୁ ଆର୍ଥିକ ଦଣ୍ଡ ଦେବାକୁ ମଧ୍ୟ ପ୍ରସ୍ତାବ ରଖିଛନ୍ତି।ବିଦ୍ୟାଳୟ ଶିକ୍ଷା ଅଧିକାରୀ (ବିଇଓ) ରୀନା କୁମାରୀ ବେହେରା କହିଛନ୍ତି, "ଘଟଣା ବିଷୟରେ ସହକାରୀ ଶିକ୍ଷକ ମାଧ୍ୟମରେ ସୂଚନା ମିଳିଛି। ଯଦି ମୋ ନିକଟରେ ଅଭିଯୋଗ ଆସେ, ତାହାର ଗଭୀର ତଦନ୍ତ କରାଯିବ।"ଘଟଣାର ସଠିକ ତଥ୍ୟ ଏବଂ ନିର୍ଯାତନାର ପ୍ରକାର ନିର୍ଦ୍ଧାରଣ ପାଇଁ ପୋଲିସ ଏବଂ ପ୍ରଶାସନ ତଦନ୍ତ ଜାରି ରଖିଛି।