ରାଇକିଆ, ୫/୧:କନ୍ଧମାଳ ଜିଲ୍ଲା ରାଇକିଆ ବାସନ୍ତୀ ପଲ୍ଲୀ ଛକ ନିକଟରେ ଏକ ଡାଲା ଅଟୋ ନିୟନ୍ତ୍ରଣ ହରାଇ ଘର ବାରଣ୍ଡା ଉପରେ ମାଡ଼ି ଯାଇଥିବା ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଥିବା ବେଳେ ବାରଣ୍ଡାରେ ବସିଥିବା ଫ୍ରାଞ୍ଚିସ୍ ମୁଣ୍ଡା, ମୋହନ ମହାରଣା ଓ ରବି ପଣ୍ଡାଙ୍କୁ ଅଟୋ ଧକ୍କା ଦେଇ ଆହତ କରିଥିଲା।
ଦୁର୍ଘଟନା ପରେ ଆହତ ୩ ଜଣଙ୍କୁ ଶୀଘ୍ର ଉଦ୍ଧାର କରାଯାଇ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମଧ୍ୟରୁ ଫ୍ରାଞ୍ଚିସ୍ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଫୁଲବାଣୀ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟନା ପ୍ରସଙ୍ଗରେ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଅଟୋ ଚାଳକର ନିୟନ୍ତ୍ରଣ ହରାଇବା ଦ୍ୱାରା ଏହି ଦୁର୍ଘଟନା ଘଟିଥିବାର ସନ୍ଦେହ ଜଣାପଡ଼ିଛି।
ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅଞ୍ଚଳବାସୀ ମୁଖ୍ୟ ସଡ଼କରେ ଗତିଶୀଳ ଯାନବାହାନ ମାନେର ଆବଶ୍ୟକ ନିୟମ ପାଳନ କରିବା ପାଇଁ ପ୍ରଶାସନର ମଧ୍ୟସ୍ଥତା ଦାବି କରୁଛନ୍ତି।