ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ସମାଜର ପ୍ରତ୍ୟେକ ନାଗରିକ ଭାରତର ଆଧୁନିକ ନିର୍ମାଣରେ ଜଣେ କାରିଗର। ସେ ବିଶେଷତଃ ଛାତ୍ର ଓ ଯୁବସମାଜଙ୍କୁ ଆହ୍ବାନ କରିବା ସହ ବିକଶିତ ଓଡ଼ିଶା ଓ ଭାରତ ନିର୍ମାଣରେ ସାହାଯ୍ୟ କରିବାକୁ ଉତ୍ସାହିତ କରିଥିଲେ। ଏହା ସହ ସୁନ୍ଦରଗଡର ଆଦିବାସୀ ସଂସ୍କୃତି, କ୍ରୀଡା, କଳା ଓ ସାହିତ୍ୟର ସୁନାମ ବିଷୟରେ ସେ ତାଙ୍କ ମତ ଦେଇଥିଲେ। ସୁନ୍ଦରଗଡର ବିର ସଂଗ୍ରାମୀମାନଙ୍କ ଆବଦାନକୁ ସେ ମନେ ପକାଇଥିଲେ।
ସମାରୋହରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଚିତାକର୍ଷକ ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଉତ୍କୃଷ୍ଟ ପରେଡ ଦଳକୁ ଟ୍ରଫି ଏବଂ ପୁରସ୍କାର ଦେଇ ସମ୍ମାନିତ କରିଥିଲେ। ଏଥି ସହ ଭୂମିହୀନ ମାନଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା।
ସମାରୋହରେ ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲାପାଳ ରବି ନାରାୟଣ ସାହୁ, ଅଭିମନ୍ୟୁ ମାଝି, ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଦିବସ ସମାରୋହର ଅନୁଷ୍ଠାନ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀଙ୍କ ତତ୍ତ୍ୱାବଧାନରେ ସଫଳ ହୋଇଥିଲା।
ରିଜର୍ଭ ଇନସ୍ପେକ୍ଟର ଭୋଳାନାଥ ଭୋଇ ଜନାପଦର ରାଜନୀତିକ ଓ ସାମାଜିକ ଏକତାର ପ୍ରତୀକ ଭାବେ ପ୍ୟାରେଡର ନେତୃତ୍ୱ ଦେଇ ସମାରୋହର ଆନନ୍ଦ ବଢ଼ାଇଥିଲେ।