Hot Posts

6/recent/ticker-posts

୨୬ ନମ୍ବର ଜାତୀୟ ରାଜପଥରେ ଘରୋଇ ବସ୍‌ରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ


ଭବାନୀପାଟଣା, ୯/୧ :  କଳାହାଣ୍ଡି ଜିଲାର ଜୁନାଗଡ଼ ଥାନା ଅଧୀନ ବଳଦିଆମାଲ ଛକ ନିକଟରେ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ରାତି ପ୍ରାୟ ୯ଟା ସମୟରେ ଏକ ଘରୋଇ ବସ୍‌ରେ ନିଆଁ ଲାଗି ମହାପଥରେ ଆତଙ୍କ ସୃଷ୍ଟି ହୋଇଥିଲା। ନିଆଁ ଲାଗିବାର ପ୍ରାଥମିକ କାରଣ ଶଟ୍‌ସର୍କିଟ ଥିବା ସନ୍ଦେହ ଜଣାଯାଇଛି।  ସ୍ଥାନୀୟ ଲୋକମାନେ ଦୃତ ବ୍ୟବସ୍ଥା ନେଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍‌ରୁ ବାହାର କରି ଜୀବନ ରକ୍ଷା କରିବାରେ ସାଫଳ୍ୟ ପାଇଛନ୍ତି। ବସ୍‌ଟି ଜୟପୁରରୁ ରାଉରକେଲା ଯାଉଥିଲା। ଘଟଣାସ୍ଥଳରେ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ନିବାପନ କାର୍ଯ୍ୟ ଆରମ୍ଭ କରିଥିଲେ।  

ଘଟଣାରେ ଜୁନାଗଡ଼ ପୋଲିସ ଅଧିକାରୀମାନେ ଘଟଣା ସ୍ଥଳ କୁ ଆସି ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟରେ, ନିଆଁରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ଅନେକ ପ୍ରଶଂସାର ଯୋଗ୍ୟ।