ନୂଆଦିଲ୍ଲୀ, ୭/୧: ଛତିଶଗଡ଼ର ବିଜାପୁର ଜିଲାରେ ସୋମବାର ଏକ ଶକ୍ତିଶାଳୀ ଆଇଇଡି ବିସ୍ଫୋରଣରେ ଡିଆର୍ଜି (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ)ର ୮ ଯବାନ ଓ ଗାଡ଼ି ଡ୍ରାଇଭରଙ୍କ ଜୀବନ ହରାଇଛି। ମାଓବାଦୀମାନଙ୍କ ଆଘାତକାରୀ ଆକ୍ରମଣ ଜବାନମାନଙ୍କୁ ନେଇ ଯାଉଥିବା ଗାଡ଼ିକୁ ଲକ୍ଷ୍ୟ କରି ହୋଇଥିଲା। ମୃତ ଯବାନମାନଙ୍କର ତାଲିକାରେ ହରିଶ କୋରାମ, ସେମଡୁ ବେଟି, ସୁଦର୍ଶନ ବେଟି, ସୁବରନାଥ ଯାଦବ, ଝୁମା ମରକମ, ପାଣ୍ଡ୍ରୁରାମ ପୋୟାୟ, ଇମନ ସୋଡି ଓ ଇୂଧରାମ କୋରସା ରହିଛନ୍ତି।
ଗତ ୨ ବର୍ଷରେ ଛତିଶଗଡ଼ରେ ମାଓବାଦୀମାନଙ୍କ ଏହା ସବୁଠୁ ବଡ଼ ଆକ୍ରମଣ ବୋଲି ସୂଚନା ମିଳିଛି। ଘଟଣାରେ ମୃତ୍ୟୁବରଣ କରିଥିବା ଯବାନମାନଙ୍କ ବଳିଦାନକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ଗଭୀର ଶ୍ରଦ୍ଧା ଜଣାଇଛନ୍ତି। ସେ ଘଟଣାରେ ଗଭୀର ମର୍ମାହତ ବୋଲି କହିବା ସହିତ ଯବାନମାନଙ୍କ ପରିବାରଙ୍କୁ ସମବେଦନା ଜଣାଇ ଆଶ୍ୱାସନ ଦେଇଛନ୍ତି ଯେ, ଏହି ବଳିଦାନ ବ୍ୟର୍ଥ ଯିବ ନାହିଁ।
ସେ ଦୋହରାଇଛନ୍ତି ଯେ, ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ପୂର୍ଣ୍ଣ ମାଓବାଦୀମୁକ୍ତ କରିବା ପାଇଁ ସରକାର ଦୃଢ଼ପ୍ରତିବଦ୍ଧ। ଏହା ସହିତ ସମଗ୍ର ଦେଶ ଏହି ଯବାନମାନଙ୍କ ବଳିଦାନକୁ ସ୍ମରଣ କରୁଛି।