ମାଲକାନଗିରି, ୩/୧: ଛତିଶଗଡ ବିଜାପୁର ଜିଲାର ବାସାଗୁଡ଼ା ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ୮ ଆଇଇଡି ବୋମାକୁ କୋବ୍ରା ଯବାନମାନେ ସଫଳତାର ସହିତ ନିଷ୍କ୍ରିୟ କରିଛନ୍ତି। ବାସାଗୁଡ଼ା ଥାନା ଅନ୍ତର୍ଗତ ତିମାପୁର ଅଞ୍ଚଳରେ ଯବାନମାନେ ତଲାସି କାର୍ଯ୍ୟକ୍ରମ ଚାଲାଇବା ସମୟରେ ମାଓବାଦୀମାନଙ୍କ ଠିକାଣାରୁ ୬ ଆଇଇଡି ଠାବକରି ଏହାକୁ ଘଟଣାସ୍ଥଳରେ ନିଷ୍କ୍ରିୟ କରିଥିଲେ! ଅଞ୍ଚଳର ତାରିମ୍ ଜଙ୍ଗଲରେ ତଲାସି ବେଳେ, ବନ୍ଦଲକା ନାଳ ନିକଟରେ ଯବାନମାନେ ଲୋକେସନ ଚିହ୍ନଟ କରି ୩ କେଜି ଓଜନର ୨ଟି ଆଇଇଡି ଉଦ୍ଧାର କରିଥିଲେ। ଏହାକୁ ସଫଳତାର ସହିତ ନିଷ୍କ୍ରିୟ କରାଯାଇଛି।
ଏହି କାର୍ଯ୍ୟକ୍ରମ ମାଓବାଦୀମାନଙ୍କ ଦ୍ୱାରା ମାନବ ବିନାଶ ଯୋଜନାକୁ ଅସଫଳ କରିବାରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ପରିଗଣିତ ହୋଇଛି।