ଭୁବନେଶ୍ବର, ୧୦/୧: ରାଜ୍ୟରେ ବୃଦ୍ଧିପାଉଥିବା ଆଳୁ ଦର ଶୀଘ୍ର କମିଯିବାକୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଶ୍ୱାସନ ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟତଃ ପଶ୍ଚିମବଙ୍ଗରୁ ଯଥେଷ୍ଟ ପରିମାଣରେ ଆଳୁ ଯୋଗାଣ ଅଭାବ ହେବା ଯୋଗୁଁ ଆଳୁ ଦର ଉର୍ଦ୍ଧ୍ବମୁଖୀ ହୋଇଛି। ତଥାପି ଆଗାମୀ ଦିନରେ ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ ପ୍ରଶାସନ ପ୍ରତିବଦ୍ଧ।
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସ୍ପଷ୍ଟ କରିଛନ୍ତି ଯେ, ଆଳୁ ଯୋଗାଣକୁ ନେଇ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାରମାନଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ସେମାନଙ୍କର ନିଜସ୍ବ ନୀତି ଅନୁସାରେ ପଶ୍ଚିମବଙ୍ଗ କାମ କରୁଛି, ଆଉ ଓଡ଼ିଶା ମଧ୍ୟ ନିଜ ନୀତି ତିଆରି କରୁଛି। ସେ କହିଛନ୍ତି, “ଆମେ ଆଳୁ ପାଇଁ କାହା ପାଖରେ ହାତ ପତାଇବାକୁ ଚାହୁଁନାହୁଁ। ଆମ ରାଜ୍ୟ ଆଳୁ ଯୋଗାଣରେ ସ୍ୱୟଂସମ୍ପୂର୍ଣ୍ଣ ହେବ।”
ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଆଳୁ ଉତ୍ପାଦନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଅନେକ ଚାଷୀଙ୍କୁ ଆଳୁ ଚାଷ ପ୍ରୋସାହନ ଦେବା ସହ ରାଜ୍ୟରେ ଅଧିକ ହାଇଟେକ୍ ଖେତିର ପରିକଳ୍ପନା ହେଉଛି।
ରାଜ୍ୟବାସୀଙ୍କ ନିମନ୍ତେ ଆଳୁ ଦର ଆଗାମୀ ଦିନରେ ନିୟନ୍ତ୍ରଣରେ ରହିବ, ଯାହା ଉପରେ ଖାଦ୍ୟ ଓ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ ଚଲିଛି।