Hot Posts

6/recent/ticker-posts

ବରୀରେ ଭାଜପାର ମିଶ୍ରଣ ପର୍ବ, ବିଜେଡିରୁ ଶତାଧିକ କର୍ମୀର ଯୋଗଦାନ


ଯାଜପୁର, ୮/୧: ଯାଜପୁର ଜିଲାର ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ଏରବାଙ୍କ ପଞ୍ଚାୟତର ରଘୁନାଥପୁର ପଡ଼ିଆରେ ମଙ୍ଗଳବାର ଭାଜପା ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିର ଅନେକ ନେତା ଓ କର୍ମୀ ଭାଜପାରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଭାଜପାର ଜିଲା ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଏବଂ ଜିଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା।  

ଏହି ସମାରୋହରେ ଭାଜପାର ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ଯାଜପୁର ଏମ୍‌ପି ଡ. ରବି ନାରାୟଣ ବେହେରା, ଜିଲା ସଭାପତି ଗୌତମ ରାୟ, ମହିଳା ମୋର୍ଚ୍ଚା ନେତ୍ରୀ ବବିତା ମଲିକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ପୂର୍ବତନ ବିଧାୟିକା ସୁନନ୍ଦା ଦାସ ସହ ସ୍ବରାଜଲାଲ ସାମଲ ଯୋଗ ଦେଇଥିଲେ।  

ଏହି ଅବସରରେ ବିଜେଡି ସାଧାରଣ ସମ୍ପାଦକ ଅନିଲ କୁମାର ସାହାଣୀ, ପ୍ରାକ୍ତନ ସମିତି ସଭ୍ୟ ଦାଶରଥି ମଲିକ, ବରିଷ୍ଠ ନେତା ପ୍ରତାପ କୁମାର ମହାନ୍ତି, ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ଓ ପ୍ରାକ୍ତନ ସରପଞ୍ଚ ଗୋପାଳ ଦଳାଇ, ଅର୍ଥଙ୍ଗା ସରପଞ୍ଚ ପ୍ରତିଭା ମଲିକ, ସମିତି ସଭ୍ୟ ପ୍ରଫୁଲ ବିଶ୍ୱାଳ ଆଦିଙ୍କୁ ଭାଜପାର ଉତ୍ତରୀୟ ପିନ୍ଧାଇ ସାମିଲ କରାଯାଇଥିଲା।  

ସହସପୁର, ଝାଲପଡ଼ା, ଏରବାଙ୍କ, ରୁଦ୍ରପୁର, ଛତିଶିଦେବିଲ ଓ ସୁଜନପୁର ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ଏହି ମିଶ୍ରଣ ପର୍ବରେ ଭାଜପାରେ ଯୋଗ କରି ଦଳର ପ୍ରଭାବ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ଭାଜପାର ଗ୍ରାମୀଣ ଭିତ୍ତିକ ପ୍ରାଭାବ ଅଧିକ ସୁଦୃଢ଼ ହେବାକୁ ଭାବିତ ହେଉଛି।