Hot Posts

6/recent/ticker-posts

ପ୍ରସନ୍ନ ଆଚାର୍ଯ୍ୟଙ୍କ ଙ୍କ ଘରେ ଜମା ହେଲେ ବିଜେଡି ନେତା : ରାଜନୈତିକ ଚର୍ଚ୍ଚା କି, ନିଜି ସାକ୍ଷାତ?


ଭୁବନେଶ୍ୱର, ୧୫/୧ : ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଘରେ ବିଜେଡିର ବରିଷ୍ଠ ନେତାମାନେ ଯାଇଥିବା ଘଟଣାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଚଳିଛି। ସକାଳୁ ବରିଷ୍ଠ ନେତା ପ୍ରଫୁଲ୍ଲ ମଲିକ, ଅଶୋକ ପଣ୍ଡା ଓ ଭୁପିନ୍ଦର ସିଂ ଆଚାର୍ଯ୍ୟଙ୍କ ଘରକୁ ଯାଇଥିବା ଖବର ସାମ୍ନାକୁ ଆସିବା ପରେ ଏହା ରାଜନୈତିକ ମନ୍ଚରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି। କିନ୍ତୁ ଏହାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ ସ୍ପଷ୍ଟ ପ୍ରତିକ୍ରିୟା ରଖି ସେ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିଛନ୍ତି

ଘଟଣାକୁ ନେଇ ପ୍ରସନ୍ନ କହିଛନ୍ତି, “ମୋ ସ୍ୱାସ୍ଥ୍ୟ ଏବେ ଖରାପ ଅଛି। ସେଥିପାଇଁ ମୋ ବନ୍ଧୁମାନେ ମୋ ଘରକୁ ଭେଟିବାକୁ ଆସିଥିଲେ। ଏହାକୁ ରାଜନୈତିକ ଚର୍ଚ୍ଚାର ଆଧାର ବନେଇବା ଉଚିତ୍ ନୁହେଁ। ମୋ ଓ ସେମାନଙ୍କ ସମ୍ପର୍କ ଦୀର୍ଘ ଦିନରୁ ରହିଆସିଛି।” ସେ ଏହାକୁ ମେଳି ବୋଲି ଖଣ୍ଡନ କରି, ଏକ ସାଧାରଣ ସାକ୍ଷାତ ବୋଲି ବର୍ଣ୍ଣନା କରିଛନ୍ତି।  

ସାକ୍ଷାତକୁ ନେଇ ଏକ ରାଜନୈତିକ ରଣନୀତି ବିଚାର କରାଯାଇଥିବା ଯେଉଁ ଗପ କରୁଛି, ତାକୁ ଖଣ୍ଡିଦେଇ ପ୍ରସନ୍ନ କହିଛନ୍ତି ଯେ ବିଜେଡି ସଂଗଠନ ଆଗକୁ ବଢ଼ୁଛି, ତଥା ଏହାରେ ବୟସ କୌଣସି ବାଧକ ସୃଷ୍ଟି କରେନାହିଁ। ଏ ଘଟଣାକୁ ସାଧାରଣ ଘଟଣା ଭାବେ ନେବାକୁ ସେ ଉପଦେଶ ଦେଇଛନ୍ତି।