Hot Posts

6/recent/ticker-posts

ପ୍ରେମର ଅନ୍ତ ମୃତ୍ୟୁରେ: କାଲିମେଳା ଜଙ୍ଗଲରେ ଝୁଲିପଡିଲେ ଯୁବକ-ଯୁବତୀ

 


ମାଲକାନଗିରି ୨୩/୧ : ମାଲକାନଗିରି ଜିଲାର କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତର ତୁମୁକିମାଡକା ଗ୍ରାମ ସମୀପ ଜଙ୍ଗଲରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଧବାର ମଧ୍ୟାହ୍ନ ଜଙ୍ଗଲରେ ଏକ ଗଛରେ ଯୁବକ-ଯୁବତୀଙ୍କ ମୃତଦେହ ଝୁଲିରହିଥିବା ଦେଖାଯାଇଛି। ଏହି ଘଟଣା ୩-୪ ଦିନ ତଳର ହୋଇଥିବା ସନ୍ଦେହ କରାଯାଉଛି।ଅଧିକାରିକ ସୂଚନା ଅନୁଯାୟୀ, ମୃତ ଯୁବକ ମାଲା ପଡିଆମିଙ୍କ ପୁଅ ପଦିଆ ପଡିଆମି (୨୦) ଏବଂ ଯୁବତୀ ପଦିଆ ମାଡକାମିଙ୍କ ଝିଅ ବିତିକା ମାଡକାମି (୧୮)। ପରିବାର ଲୋକମାନେ ଜଣାଇଛନ୍ତି ଯେ, ସେମାନେ ଗତ ଶନିବାର ମକର ମେଳା ଦେଖିବାକୁ ବାହାରିଥିଲେ। ତଥାପି, ସେହିଦିନଠାରୁ ସେମାନଙ୍କ କୌଣସି ସନ୍ଧାନ ମିଳିନଥିଲା।ଯୁବତୀଙ୍କ ପିତା ପଦିଆ ମାଡକାମି ଏନେଇ କାଲିମେଳା ଥାନାରେ ଅଭିଯୋଗ ଦାୟର କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ କୋରାପୁଟରୁ ସାଇଣ୍ଟିଫିକ ଟିମକୁ ଡାକି ଅଧିକ ତଦନ୍ତ ଆରମ୍ଭ କରିଛି।ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ, ଏହି ଘଟଣା ପ୍ରେମ ସମ୍ପର୍କକୁ ନେଇ ଘଟିଥିବା ସନ୍ଦେହ ଥିଲେ ମଧ୍ୟ, ଘଟଣାର ସଠିକ କାରଣ ପୋଲିସ ତଦନ୍ତ ପରେ ଜଣାପଡିବ।