ପାଟଣାଗଡ଼ ପାର୍ସଲ ବୋମା କାଣ୍ଡ: ଚାରି ସପ୍ତାହ ମଧ୍ୟରେ ଶୁଣାଣି ସାରିବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ
ପାଟଣାଗଡ଼, ୨୯/୧ : ୨୦୧୮ରେ ସମଗ୍ର ଓଡ଼ିଶାକୁ ଉତ୍ତେଜିତ କରିଦେଇଥିବା ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଏବେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛି। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନକୁ ବିଚାର କରି ଶୀଘ୍ର ନିଷ୍ପତ୍ତି ନେବାକୁ ଚାରି ସପ୍ତାହ ମଧ୍ୟରେ ଶୁଣାଣି ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ସର୍ବୋଚ୍ଚ ଅଦାଲତ।ପ୍ରାୟ ଛଅ ବର୍ଷ ଧରି ଏହି ମାମଲା ଅପରିଣତ ଅବସ୍ଥାରେ ରହିଥିବା, ଏବଂ ଶୁଣାଣି ଖୋଲା ଚାଲିଥିବା କାରଣରୁ ସୁପ୍ରିମକୋର୍ଟ ନିୟମ ଏବଂ ନ୍ୟାୟିକ ତତ୍ତ୍ୱ ଅନୁଯାୟୀ ଶୀଘ୍ର ଶୁଣାଣି ସମାପ୍ତ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛି।