Hot Posts

6/recent/ticker-posts

ପାଟଣାଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବୃଦ୍ଧ ସହ ବାଇକ ଚାଳକଙ୍କ ମୃତ୍ୟୁ, ଜଣେ ଗୁରୁତର


ପାଟଣାଗଡ଼, ୦୫/୧:  ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ମୁଖ୍ୟ ରାସ୍ତାର ସରମୁହାଣ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ବାଟୋଇ ଚାଲୁଥିବା ବୃଦ୍ଧଙ୍କୁ ବାଇକ ଧକ୍କା ଦେବା ଫଳରେ ବୃଦ୍ଧ ଓ ବାଇକ ଚାଳକ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ଯୁବକଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ସୂଚନା ଅନୁଯାୟୀ, ସରମୁହାଣ ଗ୍ରାମ ନିକଟରେ ଥିବା ଏକ ଢାବା ସମୀପରେ ଏହି ଦୁର୍ଘଟଣା ଘଟିଥିଲା। ତେଣ୍ଡାପଦର ଗ୍ରାମର ରକ୍ଷାକାରୀ ନାୟକ (ବୟସ ୫୦) ଚାଲି ଚାଲି ଯାଉଥିବା ବେଳେ, କୁତୁମୁଣ୍ଡା ଗ୍ରାମର ରାଜେଶ ସାହୁ (୧୯) ଓ ପୋଢମୁଡ ଗ୍ରାମର ଚୁଡାମଣି କାଣ୍ଡ ନାମକ ଯୁବକ ବାଇକରେ ପାଟଣାଗଡ଼ ଦିଗକୁ ଯାଉଥିଲେ। ଢାବା ନିକଟରେ ବାଇକ୍‌ଟି ବୃଦ୍ଧକୁ ଧକ୍କା ଦେବାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  

ଧକ୍କାର ଫଳରେ ବୃଦ୍ଧ ଘଟଣାସ୍ଥଳରେ ହିଁ ପ୍ରାଣ ହାରାଇଥିଲେ। ଏହାସହ ଜୋର ଧକ୍କାରେ ବାଇକ୍ ଚାଳକ ରାଜେଶ ସାହୁ ନିକଟବର୍ତ୍ତୀ ପୋଲରୁ ଛିଟିକି ପଡିଥିଲେ ଏବଂ ସେମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ବାଇକରେ ଥିବା ଆଉ ଜଣେ ଯୁବକ ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  

ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।