Hot Posts

6/recent/ticker-posts

ସରସ୍ୱତୀ ପୂଜା ତାରିଖ ନିର୍ଧାରଣ: ଦ୍ୱନ୍ଦ୍ୱର ଅବସାନ

ପୁରୀ, ୩୦/୧:  ସରସ୍ୱତୀ ପୂଜା କେବେ ପାଳନ କରାଯିବ—ଫେବ୍ରୁଆରି 2 କିମ୍ବା 3? ଏହି ପ୍ରଶ୍ନକୁ ନେଇ ଲୋକମାନଙ୍କ ମଧ୍ୟରେ ଲାଗିଥିବା ଦ୍ୱନ୍ଦ୍ୱର ଏବେ ଅନ୍ତ ଘଟିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ଦିଶାନିର୍ଦ୍ଦେଶ ଜାରି କରିଛି ଯେଉଁଥିରେ ଏହି ପବିତ୍ର ଉତ୍ସବ ଫେବ୍ରୁଆରି 2 (ରବିବାର) ଦିନ ଶ୍ରୀପଞ୍ଚମୀ ତିଥିରେ ପାଳିତ ହେବ ବୋଲି ଉଲ୍ଲେଖ ଅଛି।  

ଚଳିତ ବର୍ଷ ବିଭିନ୍ନ ପାଞ୍ଜିରେ ଏହି ପୂଜା ପାଇଁ ଅଲଗା ତାରିଖ ଉଲ୍ଲେଖ ହୋଇଥିଲା, ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଯାହାକି ସମାଜର ଅନେକ ମଣିଷଙ୍କ ମଧ୍ୟରେ ଗୋଳାପୋକ୍କ ତିଆରି କରିଥିଲା। ତେବେ ଏହି ଦ୍ୱନ୍ଦ୍ୱ ଆଜି ଅନ୍ତ ଘଟିଲା, ଯେତେବେଳେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏହି ତିଥି ନିର୍ଦ୍ଧାରଣ କଲା।  

ଶ୍ରୀମନ୍ଦିର ନୀତି ପ୍ରଶାସକ ଏହି ତାରିଖ ନିର୍ଦ୍ଧାରଣ କରି ସୂଚନା ଜାରି କରିଛନ୍ତି। ସେ ଏହା ଜଣାଇଛନ୍ତି ଯେ, ଶ୍ରୀମନ୍ଦିର ରଥ କାଠ ମଧ୍ୟ ସେହି ଦିନ ଅନୁକୂଳ କରାଯିବ, ଯେପରି ସମସ୍ତ ପାଳନ ଶାସ୍ତ୍ରଯୋଗ୍ୟ ଏବଂ ପୂଜା ବିଧି ଅନୁଯାୟୀ ହୋଇପାରେ।  ଏହି ନିଷ୍ପତ୍ତି ସହ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଥିବା ଅନିଶ୍ଚିତତା ଦୂର ହୋଇଛି, ଏବଂ ଏକ ସୁସଂଘଟିତ ଏବଂ ସମୟଉଚିତ ଉତ୍ସବ ପାଳନ ପାଇଁ ପଥ ପ୍ରଶସ୍ତ ହୋଇଛି।