Hot Posts

6/recent/ticker-posts

କାର ଧକ୍କାରେ ଯୁବକଙ୍କ ମୃତ୍ୟୁ: ଆଇନଜୀବୀ ସହ ଡ୍ରାଇଭର ଙ୍କୁ ଅଟକାଇ ଦେଲେ ଗାଁ ଲୋକେ


କଣ୍ଟାବାଞ୍ଜି, ୫/୧:ରବିବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବୁଢ଼ୀବାହାଲ ଗାଁ ନିକଟରେ ଏକ କାର୍‌ ମୁହାଁମୁହିଁ ବାଇକକୁ ଧକ୍କା ଦେଇଥିଲା। ଏହାରେ ବାଇକ୍‌ଚାଳକ ତ୍ରିଲୋଚନ ମାଝୀ (୩୨) ଘଟଣାସ୍ଥଳରେ ହିଁ ଜୀବନ ହରାଇଥିଲେ। ମୃତକ ବୁଢ଼ୀବାହାଲ ଗାଁର ବାସିନ୍ଦା ଓ ଲାଠୋରରୁ ବଜାର କରି ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।  ତୁରେକେଲା ପଟୁ ଆସୁଥିବା ଏହି କାର୍‌ ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା କାରରେ ଜଣେ ଆଇନଜୀବୀ ରହିଥିବାର ସୂଚନା ମିଳିଛି। ଲୋକେ ଏହାର ଡ୍ରାଇଭରକୁ ତୁରେକେଲା ଜଙ୍ଗଲରୁ ଧରି ପୋଲିସ ଜିମା ଦେଇଥିଲେ।  

ତୁରେକେଲା ଥାନାର ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି, ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଥିଲେ। ଏକ ମାମଲା ରୁଜୁ କରି ଘଟଣାର ବିବରଣୀ ଏବଂ ଦୁର୍ଘଟଣାର ମୂଳ କାରଣ ତଦନ୍ତ ଆରମ୍ଭ କରାଯାଇଛି।  

ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ଗାଁଲୋକଙ୍କ ସଚେତନତା ଏବଂ ପୋଲିସର ତ୍ୱରିତ କାର୍ଯ୍ୟବାହି ଘଟଣାର ଅନ୍ୟତମ ପ୍ରମୁଖ ପାଲୁଆ ହୋଇଛି।