ପାଟଣା, ୫/୧:କେନ୍ଦୁଝର ଜିଲା ପାଟଣା ବ୍ଲକର ହୀରାପଶି ଗ୍ରାମରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ଭାଟି ଉପରେ ତୁରୁମୁଙ୍ଗା ପୋଲିସ ରବିବାର ଚଢ଼ାଉ କରି, ବିପୁଳ ପରିମାଣର ମହୁଲି ମଦ ଜବତ କରିଛି। ଚଢ଼ାଉ ଦେଖି ମଦ ମାଫିଆମାନେ ଅବସ୍ଥାନ ଛାଡ଼ି ଫେରାର ହୋଇଯାଇଥିଲେ। ପୋଲିସ ଜଣାଇଛି ଏକ ବୋଲେରୋ ଗାଡ଼ିରୁ ମହୁଲି ମଦ ଜବତ କରିବା ସହ ଉକ୍ତ ଗାଡ଼ିକୁ କ୍ରେନ ଦ୍ୱାରା ଥାନାକୁ ଆଣାଯାଇଛି। ତୁରୁମୁଙ୍ଗା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ନେତୃତ୍ୱରେ ଏହି ଅଭିଯାନ ଚାଲିଥିଲା। ଏଥିପାଇଁ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲା। ଚଢ଼ାଉ ଦରମିଆନ ବିପୁଳ ପରିମାଣର ପୋଚକୁ ନଷ୍ଟ କରାଯାଇଛି। ସୂଚନା ମିଳିଛି ଯେ, ବେଆଇନ ନିଶାଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବାରେ ଅବକାରୀ ଥାନା ଅସଫଳ ହୋଇଥିବାରୁ, ପାଟଣା ଓ ସାହାରପଡ଼ା ଅଞ୍ଚଳରେ ଏହି ଅବୈଧ କାରବାର ଦ୍ରୁତଗତିରେ ବଢ଼ିଚାଲିଛି। ଆସନ୍ତା ମକର ପର୍ବ ପୂର୍ବରୁ ମଦ ବିକ୍ରିକାରୀମାନେ ଦେଶୀ ମଦ ପ୍ରସ୍ତୁତିରେ ମାଗଣା ହେବାକୁ ଜନାଯାଇଛି। ଅତ୍ୟଧିକ ମଦ ବିକ୍ରି ଓ ମାଫିଆ ଚାଲବାଜୀ କ୍ରିୟାକଳାପରେ ନିୟନ୍ତ୍ରଣ କରିବା ପାଇଁ ଅବକାରୀ ଥାନାକୁ କଠୋର କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ।