ଭୁବନେଶ୍ୱର, ୧୫ /୧ : ଓଡ଼ିଶାର ସରକାର ସାମାଜିକ ସୁରକ୍ଷା ଭତ୍ତାକୁ ବୃଦ୍ଧି କରି ମାସିକ ୩,୫୦୦ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି, ଯାହା ଆଜିଠାରୁ ଲାଗୁ ହେବ। ଏହି ନୂତନ ପଦକ୍ଷେପ ଫଳରେ ବରିଷ୍ଠ ନାଗରିକ ଏବଂ ଅତି ମାତ୍ରାରେ ବିକଳାଙ୍ଗ ଥିବା ଭିନ୍ନକ୍ଷମ ଲୋକମାନଙ୍କ ଆର୍ଥିକ ସ୍ଥିତି ମଜବୁତ ହେବାର ଆଶା କରାଯାଉଛି। ମଧୁବାବୁ ଭତ୍ତା ଯୋଜନା ଏବଂ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହା ଅନେକଙ୍କ ପାଇଁ ସୁଖଦ ସଂଜିବନୀ ସାବିତ ହେବ।
ଏହି ଯୋଜନାରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦% ବା ତଦୁର୍ଦ୍ଧ୍ଵ ବିକଳାଙ୍ଗତା ଥିବା ଭିନ୍ନକ୍ଷମ ଲୋକ ଉପକୃତ ହେବେ। ସରକାରୀ ସୂଚନା ଅନୁଯାୟୀ, ୪ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ଏହି ଉଦ୍ୟମରୁ ଲାଭ ପାଇବାର ଅନୁମାନ ରହିଛି। ଗତ ୩ ଜାନୁଆରୀରେ ହୁଏଥିବା କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ଏହାକୁ ଅନୁମୋଦନ ଦିଆଯାଇଥିଲା।
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି ପଦକ୍ଷେପକୁ ଦେଶରେ ଏକ ଉଦାହରଣ ସୃଷ୍ଟି କରିବା ଦୃଷ୍ଟିରେ ଦେଖାଯାଉଛି। ଏହା ମାଧ୍ୟମରେ ସମାଜର ଅସହାୟ ଏବଂ ଅର୍ଥନିତିକ ଦୃଷ୍ଟିରୁ ଦୁର୍ବଳ ହିତାଧିକାରୀଙ୍କ ପାଇଁ ଏକ ନୂତନ ଆଶା ସୃଷ୍ଟି ହୋଇଛି।