ଖୋର୍ଦ୍ଧା, ୧୯/୧ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ନିକଟସ୍ଥ ମା' ଉଗ୍ରତାରା ଦେବୀ ଛକରେ ଏକ ଗୁରୁତର ସଡକ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥର ଓଭରବ୍ରିଜରୁ ଏକ କାର ଅଚାନକ ୩୦ ଫୁଟ ତଳକୁ ଖସିପଡିଥିବାରୁ କାର ଚାଳକ ସହିତ ଚାରି ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଘଟଣା ସୂଚନା ଅନୁସାରେ, କାରଟି ହଠାତ ଚକା ଫାଟିଯାଇ ଭାରସାମ୍ୟ ହରାଇଥିଲା। ବାଲୁଗାଁରୁ ଭୁବନେଶ୍ୱର ଅଭିମୁଖେ ଗତି କରୁଥିବା କାରଟି ଓଭରବ୍ରିଜରେ ନିୟନ୍ତ୍ରଣ ହାରାଇ ତଳକୁ ଖସିପଡିଥିଲା। ଆହତମାନଙ୍କୁ ତତ୍କ୍ଷଣାତ ଉଦ୍ଧାର କରି ଭୁବନେଶ୍ୱର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।