Hot Posts

6/recent/ticker-posts

ଭେଡେନରେ ମଦ ଠିକାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା, ଜଣେ ମୃତ, ଦୁଇ ଗୁରୁତର


ଭେଡେନ, ୨୫/୧ :
ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଗୁଦୁରାମୁଣ୍ଡା ଗ୍ରାମରେ ଗତକାଲି ରାତିରେ ମଦ ଭାଟି ଠିକାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାର ଘଟଣା ଘଟିଛି। ଏହାର ଫଳରେ ଜଣେ ଲୋକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆହତମାନଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଗୁଦୁରାମୁଣ୍ଡା ଗ୍ରାମରେ ଥିବା ମଦ ଭାଟି ଠିକା ଏବର୍ଷ ମହେଶ୍ୱର ବେହେରା (କନବାର ଗ୍ରାମର ବସିନ୍ଦା)ଙ୍କୁ ଦିଆଯାଇଥିଲା। ଠିକାକୁ ନେଇ ଗ୍ରାମରେ ଅସନ୍ତୋଷ ରହିଥିଲା। ଗତକାଲି ଏକ ଗ୍ରାମ ସଭା ଅନୁଷ୍ଠିତ ହେବା ପରେ, ମହେଶ୍ୱର ବେହେରା ଓ ତାଙ୍କ ଭାଇ ଟିକେଶ୍ୱର ବେହେରା ତଥା ଲୋକେଶ୍ୱର ବେହେରା ସଭାରେ ଯୋଗ ଦେଇଥିଲେ। ସେଥିରେ ଗ୍ରାମର ବାହାଦୁର ଛତ୍ରିଆ ଓ ତାଙ୍କ ପୁଅମାନେ ଭିନ୍ନ ମତ ପ୍ରକାଶ କରିବା ସହ ଗାଳି ଗୁଲଜ କରିଥିଲେ।

ସଭା ସମାପ୍ତି ପରେ ମହେଶ୍ୱର ଓ ତାଙ୍କ ଭାଇମାନେ ନିଜ ଗ୍ରାମ କନବାରକୁ ଫେରୁଥିବା ବେଳେ, ବାହାଦୁର ଛତ୍ରିଆ ଓ ତାଙ୍କ ପୁଅମାନେ ଏକ ଦାନ୍ତାଲିକ ଅବସ୍ଥାରେ ଅକସ୍ମାତ ଆକ୍ରମଣ କରିଥିଲେ। ମହେଶ୍ୱର ବେହେରା (୩୦) ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଭାଇ ଟିକେଶ୍ୱର ଓ ଆକ୍ରମଣକାରୀ ବାହାଦୁର ଛତ୍ରିଆ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାକୁ ଆଣାଯାଇଛନ୍ତି।

ଖବର ପାଇ ଭେଡେନ ଥାନା ଅଧିକାରୀ ପ୍ରେମଜିତ ଦାଶ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶିବ ପ୍ରସାଦ ବିଶ୍ୱାଳ, ଓ ଅଧିକାରୀ ସୌରଭ ହୋତାଙ୍କ ନେତୃତ୍ୱରେ ମାମଲାର ତଦନ୍ତ ଚାଲିଛି