ଭଦ୍ରକ, ୧୮/୧ : ମନୋଜ ନାୟକ ନାମକ ଜଣେ ଫେରାର ପ୍ରେମ ବିବାହୀ ସ୍ୱାମୀଙ୍କୁ ଖୋଜି ଆସିଥିବା ଗୁଜରାଟର ନିରଲ ମୋଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଘଟଣା ସମାଜରେ ଆଲୋଚନା ସୃଷ୍ଟି କରିଛି। ମହିଳାଜଣକ ଥାନା ଭିତରେ ଫିନାଇଲ ପିଇବା ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାଟି ଜିଲ୍ଲାର ବନ୍ତ ଥାନା ଅଧୀନରେ ଘଟିଛି।
ଗୁଜରାଟର ଅହମଦାବାଦ ରିମିପୁରର ନିରଲ ମୋଦୀ, ଏକ ଆଇଟି କମ୍ପାନୀର ସଂସ୍ଥାପକ, ଭଦ୍ରକର ମନୋଜ ନାୟକଙ୍କ ସହ ପ୍ରେମ ସମ୍ପର୍କରେ ଜଡିତ ହୋଇଥିଲେ। ତାଙ୍କର ସମ୍ପର୍କ ବିବାହରେ ପରିଣତ ହୋଇଥିଲା, ଏବଂ ଦୁଇ ବର୍ଷର ପୁଅ ମଧ୍ୟ ଅଛନ୍ତି। କିନ୍ତୁ ବିବାହ ପରେ ମନୋଜ ମହିଳାଙ୍କୁ ଗାଁ ରେ ବ୍ୟବସାୟ କରିବା କହି ଲୋନ ଆଣିଵା ପାଇଁ କହିଥିଲେ, ତାହା ନିରଳ କମ୍ପାନୀ ଓ ଘର କୁ ବନ୍ଧା ପକାଇ ଆଣି ଦେଇଥିଲେ କିନ୍ତୁ ୫ କୋଟି ଟଙ୍କା ନେଇ ତାଙ୍କୁ ଛାଡ଼ି ଫେରାର ହୋଇଥିବା ଅଭିଯୋଗ ହୋଇଛି।
ମନୋଜଙ୍କୁ ଖୋଜି ନିରଲ ଭଦ୍ରକରେ ପହଞ୍ଚିଥିଲେ ଏବଂ ପୋଲିସ ମଧ୍ୟରେ ଅଭିଯୋଗ କରିଥିଲେ। ତେବେ ପୋଲିସର କୌଣସି ସଫଳତା ନ ମିଳିବାରୁ ତାଙ୍କର ଆସାହାୟତା ବୃଦ୍ଧି ପାଇଥିଲା। ଶେଷରେ ଅସହନୀୟ ଅବସ୍ଥାରେ ନିରଲ ଥାନା ଭିତରେ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିଲେ। ନିରଲଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ଆଧାରରେ ଆଇନର ପ୍ରକାର୍ଯ୍ୟକୁ ପ୍ରଶ୍ନ କରାଯାଇଛି।