Hot Posts

6/recent/ticker-posts

ଜାତୀୟ ରାଜପଥରେ ଗଞ୍ଜେଇ ସହ ବାଇକ ଅଟକାଲା ପୋଲିସ: ନାବାଳକ ଚାଳକ ଗିରଫ


ଦିଗପହଣ୍ଡି, ୧୬/୧ :ଗଞ୍ଜାମ ଜିଲ୍ଲାର ପାଟପୁର ପୋଲିସ ପ୍ରଶାସନ ଏକ ମାତ୍ରିକ କାର୍ଯ୍ୟକାରିତାର ଦେଖା ଦେଇଥିବା ଚିତ୍ର ସାମ୍ନାକୁ ଆସିଛି। ଗୁରୁବାର ସନ୍ଧ୍ୟାରେ ୩୨୬ ନଂ ଜାତୀୟ ରାଜପଥର ପୋଡାମାରି-ତପ୍ତପାଣି ରାସ୍ତାରେ ଲଗାତାର ପାଟ୍ରୋଲିଂ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକକୁ (ନଂ. OD 20 C-0383) ଅଟକ କରାଗଲା।  ପୋଲିସ ତଦନ୍ତ ଦଳ ଯାଞ୍ଚ କରିବା ସମୟରେ ବାଇକ ଚାଳକଙ୍କ ପାଖରେ ଥିବା ବ୍ୟାଗରୁ ୨୧ କେଜି ୧ ଶହ ଗ୍ରାମ ଗଞ୍ଜେଇ ଉଦ୍ଧାର କରାଯାଇଛି। ଅଭିଯୁକ୍ତଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଜଣାପଡ଼ିଛି ଯେ ସେ ନାବାଳକ

ପାଟପୁର ପୋଲିସ ଥାନାର ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି ଯେ ଜବତ ବସ୍ତୁ ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ଏହି ମାମଲା ଅନୁସାରେ, ଶୁକ୍ରବାର ତାଙ୍କୁ ବ୍ରହ୍ମପୁର ରେଥିବା ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ। ତଦନ୍ତକାରୀ ଅଧିକାରୀ ଏସ.ଆଇ ହିମାଂଶୁ ପାତ୍ର ନିଜ ଅଭିକ୍ରମ ସହ ଘଟଣାର ପ୍ରମାଣ ଯୋଗାଇବା ପାଇଁ ପ୍ରସ୍ତୁତ ଅଛନ୍ତି।