କେନ୍ଦୁଝର, ୨୦/୧ : ଡକାୟତି ଓ ଅନ୍ୟାନ୍ୟ ଅପରାଧରେ ସଂଲଗ୍ନ ଥିବା ଏକ ଗ୍ୟାଙ୍ଗର ଦୁଇ ଜଣ ମୁଖ୍ୟ ସଦସ୍ୟଙ୍କୁ କେନ୍ଦୁଝର ପୋଲିସ ଗିରଫ କରିଛି। ସେମାନଙ୍କ ବିରୋଧରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବହୁ କେସ୍ ରହିଥିବା ଜଣା ପଡ଼ିଛି । ଗିରଫ ହୋଇଥିବା ଏମ୍ଡି ସାଲାହୁଦ୍ଦିନ (୩୧) ଏବଂ ଏମ୍ଡି ତାଜୁଦ୍ଦିନ (୨୧) ଝାଡ଼ଖଣ୍ଡର ମୁଲ ନିବାସୀ କିନ୍ତୁ କେନ୍ଦୁଝର ରେ ବାସ କରୁଥିଲେ। ପୋଲିସ ତଥ୍ୟ ଅନୁଯାୟୀ, ସେମାନଙ୍କ ନାମରେ ଏକ ଲମ୍ବା ଅପରାଧୀକ ଇତିହାସ ରହିଛି। ଅଧିକାରୀମାନେ ଏକ କାର୍ (ଓଡି ୦୯ ଏସି ୦୪୬୭), ଏକ ବାଇକ୍ (ଓଡି ୦୯ ଏକ୍ସ ୦୭୯୫) ସହ ଅନ୍ୟ ଏକ ଯାନ ଜବତ କରିଛନ୍ତି! ସେମାନଙ୍କ ନାମରେ ଟାଉନ ଥାନାରେ କେସ୍ ନଂ ୫୬୧/୧୧.୧୧.୨୪ ଥିଲା । ସେହିପରି ଗିରଫ ଅପରାଧୀମାନେ ପଶ୍ଚିମବଙ୍ଗର କୁଲ୍ଟି ଥାନା ଏବଂ କେନ୍ଦୁଝରର ପଣ୍ଡାପଡ଼ା ଥାନାର ମାମଲାରେ ମଧ୍ୟ ସଂଲଗ୍ନ ଥିବା ଜଣାଯାଇଛି। ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ଜଣାଇଛନ୍ତି ଯେ ସେମାନଙ୍କ ବିରୋଧରେ ଅନ୍ୟ ଥାନାରେ ମଧ୍ୟ ମାମଲା ଥିବା ଜଣାଯାଇଛି । ସୋମବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହି ମାମଲା ସମ୍ବନ୍ଧୀୟ ଅଧିକ ତଥ୍ୟ ଆଶା କରାଯାଉଛି। ଏହି ଗିରଫ କେବଳ ଅପରାଧୀମାନଙ୍କ ବିରୁଦ୍ଧରେ କାନୂନୀ ପଦକ୍ଷେପ ନୁହେଁ, ଏହା କେନ୍ଦୁଝର ପୋଲିସର ସଂଘବଧ ଅପରାଧ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମକୁ ପ୍ରକାଶ କରେ।