Hot Posts

6/recent/ticker-posts

ନବ ଦାସ ହତ୍ୟାକାଣ୍ଡ: ଏକାଧିକ ବନ୍ଧୁକର ତଥ୍ୟ ଓ ଅନୁସନ୍ଧାନର ନୂଆ ଆୟାମ


ଝାରସୁଗୁଡା ୧୮/୧ : ,ଝାରସୁଗୁଡ଼ାରେ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେଡି ନେତା ନବ ଦାସଙ୍କ ମୃତ୍ୟୁ ମାମଲାରେ ନୂଆ ତଥ୍ୟ ପ୍ରକାଶ ପାଇଛି। ରାଜ୍ୟ ଫରେନ୍ସିକ୍‌ ସାଇନ୍ସ ଲାବରେଟୋରି (SFSL) ପକ୍ଷରୁ ଦାଖଲ ହେବାକୁ ଥିବା ରିପୋର୍ଟରୁ ଜଣାଯାଇଛି ଯେ ଘଟଣା ସମୟରେ କେବଳ ଗୋପାଳ ଦାସଙ୍କ ବନ୍ଧୁକ ନୁହେଁ, ବରଂ ଏକାଧିକ ବନ୍ଧୁକରୁ ଗୁଳି ଚାଲିଥିଲା। ଏହି ତଥ୍ୟ ଘଟଣାକୁ ନୂଆ ଦିଗରେ ରେ ପହଞ୍ଚାଇଛି ।  

2023 ଜାନୁଆରି 29 ତାରିଖରେ ନବ ଦାସ ଦ୍ୱିତୀୟ ଗାଡ଼ିରେ (ଧଳା ଇନୋଭା) ବସିଥିଲେ। ଘଟଣା ସ୍ଥଳରେ ତାଙ୍କ ଉପରେ ଗୋପାଳ ଦାସଙ୍କ ବନ୍ଧୁକରୁ ଗୁଳି ବାଜିଥିବା କଥା ଚାର୍ଜସିଟ୍‌ରେ ଉଲ୍ଲେଖ ହୋଇଛି। ହେଲେ, SFSL ଓ ବାଲିଷ୍ଟିକ୍‌ ରିପୋର୍ଟରୁ ଜଣାଯାଇଛି ଯେ ଦ୍ୱିତୀୟ ଗାଡ଼ିର ଧଳା ସାରକାରୀ ଗାଡ଼ିରେ ମୋଟ 5ଟି ଗୁଳି ଚାଲିଥିଲା। ଏହି ଗୁଳି କୌଣସି ଅଞ୍ଚଳରୁ ଚାଲିଲା ଓ କିଏ ଚାଲାଇଲା, ସେଥିରେ ଏପର୍ଯ୍ୟନ୍ତ ଅସ୍ପଷ୍ଟତା ରହିଛି।  

ନବ ଦାସଙ୍କ ଛାତିରେ ଲାଗିଥିବା ଗୁଳିର ତଥ୍ୟ ସ୍ପଷ୍ଟ ହେଲେ ମଧ୍ୟ, ଘଟଣାସ୍ଥଳରେ ମିଳିଥିବା ଅନ୍ୟ ଗୁଳିଗୁଡ଼ିକ ଓ ତାଙ୍କର ଖୋକା ସମ୍ପର୍କରେ ରିପୋର୍ଟ ମିଳି ନାହିଁ । ଏହା ଘଟଣାକୁ ଏକ ରହସ୍ୟମୟ ଦିଶା ଦେଇଛି। ଅନୁମାନ କରାଯାଉଛି ଯେ ଗୋପାଳ ଦାସଙ୍କୁ ମାନବ ଢାଲ୍‌ ଭାବେ ବ୍ୟବହାର କରି ସ୍ନାଇପର୍‌ ମାଧ୍ୟମରେ ଗୁଳିମାଡ଼ କରାଯାଇଥିଲା।