Hot Posts

6/recent/ticker-posts

ଗଞ୍ଜେଇ ଚୋରା ଚାଳାଣ ରୋକିଲା ଅବକାରୀ ବିଭାଗ: ୭୨ କେଜି ଜବତ, ୫ ଗିରଫ

କନ୍ଧମାଳ , ୨୦/୧ : କନ୍ଧମାଳରୁ ପୁରୀକୁ ଗଞ୍ଜେଇ ଚୋରା ଚାଳାଣ ଉଦ୍ଦେଶ୍ୟରେ ଜାତ୍ରା କରୁଥିବା ଏକ ରିଙ୍ଗକୁ ଅବକାରୀ ବିଭାଗ ଗୁରୁତ୍ୱପୂର୍ଣ୍ଣ ଅଭିଯାନରେ ପର୍ଦାଫାଶ କରିଛି। ବିଶ୍ୱସ୍ତ ଗୋଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗର ଜିଲା ମୋବାଇଲ ଟିମ ଓ ରାଇକିଆ ଟିମ ମିଳିତ ଭାବେ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ କଳିଙ୍ଗା ନିକଟରେ ଏକ ରୈଦ ଅଭିଯାନ ଚାଲାଇଥିଲେ।

ଏହି ଅଭିଯାନରେ ୭୨ କେଜି ଗଞ୍ଜେଇ ଜବତ ହେବା ସହିତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପୁରୀ ଅଞ୍ଚଳର ଆଲୋକ ଭୋଇ, ଦୁର୍ଗାଚରଣ ମଲିକ, ମନୋଜ କୁମାର ଦାସ ଏବଂ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳର ଅକ୍ଷୟ ମଲ୍ଲିକ ଓ ପ୍ରକାଶ ଦିଗାଲ ବୋଲି ଜଣାପଡ଼ିଛି।

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଅବକାରୀ ଅଧିନିୟମର ତତ୍ତ୍ବାବଧାନରେ ମାମଲା (କେଶ ନମ୍ବର ୮୬/୨୪-୨୫ ଓ ୨୭୦/୨୪-୨୫) ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଅଭିଯାନରେ ଅବକାରୀ ବିଭାଗର କର୍ମଚାରୀଙ୍କ ସମ୍ପର୍କରେ ପ୍ରଶଂସା ମିଳିଥିବା ସହ ଗଞ୍ଜେଇ ଚୋରା ଚାଳାଣ ବିରୋଧରେ ସେମାନଙ୍କ ପଦକ୍ଷେପ ବିକଳ୍ପ ମିସାଲ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛି।