ହିଞ୍ଜିଳିକାଟୁ, ୧୯/୧ : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବୁରୁପଡା ପଞ୍ଚାୟତ ସରପଞ୍ଚ ସନ୍ତୋଷିନୀ ବେହେରା ଓ ତାଙ୍କ ସମର୍ଥକମାନେ ଭାଜପା ଛାଡ଼ି ଶନିବାର ବିଜେଡିରେ ଯୋଗଦେଲେ। ସେମାନେ ଭୁବନେଶ୍ୱରରେ ନବୀନ ନିବାସରେ ବିଜେଡି ସୁପ୍ରିମୋ ଓ ହିଞ୍ଜିଳିକାଟୁ ବିଧାୟକ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଶଙ୍ଖ ଭବନରେ ଦଳରେ ଯୋଗ କଲେ।
ଏହି ଅବସରରେ ସନ୍ତୋଷିନୀଙ୍କୁ ଓ ତାଙ୍କ ସମର୍ଥକମାନଙ୍କୁ ବିଜେଡି ସମନ୍ବୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା, ସଭ୍ୟ ସଂଗ୍ରହ କମିଟି ଆବାହକ ଅତନୁ ସବ୍ୟସାଚୀ ନାୟକ ଓ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ସ୍ବାଗତ କରିଛନ୍ତି।
ବିଜେଡି ନେତୃତ୍ୱ ଉପରେ ତୃଣମୂଳ ସ୍ତରରେ ଲୋକଙ୍କ ଅତୁଟ ଆସ୍ଥା ଓ ଭରସା ରହିଥିବାର ପ୍ରମାଣ ସ୍ୱରୂପ ଏହି ଯୋଗାଯୋଗକୁ ଦଳ ଭଳିଭାବେ ସ୍ବାଗତ କରିଛି। ଦଳର ସଂଗଠନ ଶକ୍ତିକୁ ଆଗକୁ ନେଇ ଯିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ଦାୟିତ୍ୱ ଧାରଣ କରୁଥିବା ଦେବାନନ୍ଦ ମହାପାତ୍ର କହିଥିଲେ।ଏହି ସମ୍ଭାବନାପୂର୍ଣ୍ଣ ଘଟଣାରେ ହିଞ୍ଜିଳିକାଟୁ ବ୍ଲକ ବିଜେଡି ସଭାପତି ଦୁର୍ଗା ମାଧବ ମହାନ୍ତି, ଜିଲା ପରିଷଦ ସଭ୍ୟ ଏ ସୁଦର୍ଶନ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଦଳର ଆକର୍ଷଣ ଜାରି ରହିଥିବାର ଏହା ଏକ ନୂତନ ମିଳନ ସୂଚନା ଦେଉଛି।