Hot Posts

6/recent/ticker-posts

ମାଲକାନଗିରି ପୋଲିସଙ୍କ ବଡ଼ ଅଭିଯାନ: ମାଓବାଦୀ ଯୋଜନା ପଣ୍ଡ, ବିସ୍ଫୋରକ ସାମଗ୍ରୀ ଜବତ


ମାଲକାନଗିରି, ୧୨।୧:  ମାଲକାନଗିରି ପୋଲିସ ଆଜି ଗୋଟିଏ ବଡ଼ ସଫଳତା ହାସଲ କରିଛି। ମୋଟୁ ଥାନା ଅନ୍ତର୍ଗତ ଜିନେଲ୍‌ଡ଼ା ଅଞ୍ଚଳରେ ମାଓବାଦୀମାନେ ବିସ୍ଫୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ ଆକ୍ରମଣ ଯୋଜନା କରୁଥିବା ସୂଚନା ପାଇ ଏସ୍‌ପିଙ୍କ ନେତୃତ୍ୱରେ ଏକ ଡିଭିଏଫ ଟିମ ଅଭିଯାନ ଚାଲାଇଥିଲେ।

ଅଭିଯାନରେ ପୋଲିସ ଏକ ମାଓବାଦୀ ଡମ୍ପ ଉଦ୍ଧାର କରିଛି, ଯେଉଁଠାରୁ ଏସ୍‌ଏଲ୍‌ଆର ବନ୍ଧୁକ, ୫ ଟି ଜୀବନ୍ତ ଗୁଳି, ମୋବାଇଲ ଫୋନ, କୀଟବ୍ୟାଗ ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି। ଏହି ସାମଗ୍ରୀମାନେ ମାଓବାଦୀମାନଙ୍କ ଆକ୍ରମଣ ଯୋଜନାର ସାକ୍ଷ୍ୟ ରହିଛି।  

ମାଓବାଦୀମାନେ ପୁନି ସଂଘଟିତ ହୋଇ ପୋଲିସ ଉପରେ ଆକ୍ରମଣ କରିବାର ଚେଷ୍ଟା କରୁଥିବା ସୂଚନା ପାଇ ମାଲକାନଗିରି ପୋଲିସ ଏକ ଯୋଜନାବଦ୍ଧ ଅଭିଯାନ ଚାଲାଇ ମାଓବାଦୀଙ୍କ ରଚନାକୁ ପୁରାପୁରି ବିଫଳ କରିଦେଇଛି।  

ଏହି ସଫଳତା ମାଲକାନଗିରି ପୋଲିସଙ୍କ ପ୍ରତିବଦ୍ଧତାକୁ ପୁନର୍ବାର ପ୍ରମାଣ କରିଛି। ଏହାକୁ ନେଇ ସ୍ଥାନୀୟ ଜନସାଧାରଣ ମଧ୍ୟରେ ଅପରାଧ ବିରୋଧରେ ପୋଲିସଙ୍କ ସ୍ପଷ୍ଟ ରଣନୀତି ପ୍ରଶଂସାର ପାତ୍ର ହୋଇଛି।