ଗଞ୍ଜାମ, ୮/୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଟି. ଗୋବିନ୍ଦପୁର ପଞ୍ଚାୟତର କାଳିବୋରେଇ ଗ୍ରାମରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ସହିତ ସଂପୃକ୍ତ ଥିବା ଇଣ୍ଡମ ବଡ଼ ରଇତ ଏବଂ କେଶବ ଶବରଙ୍କୁ ପାଟପୁର ପୋଲିସ ଗିରଫ କରିଛି। ତାଙ୍କୁ ମଙ୍ଗଳବାର ବ୍ରହ୍ମପୁର ଜିଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ଥାନା ମାମଲା ନମ୍ବର ୫୩୮/୨୪ ଅନୁଯାୟୀ, ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ସେନ୍ଟ୍ରାଲ ଜେଲକୁ ପଠାଯାଇଛି।
ଗତ ୧୪ ତାରିଖରେ ପାଟପୁର ପୋଲିସ କାଳିବୋରେଇ ଗ୍ରାମ ନିକଟ ସ୍ଥିତ ଗୋଠବଣିଆ ସଂରକ୍ଷିତ ଜଙ୍ଗଲରେ ଚଢାଉ କରି ୨୨ ଏକର ଜମିରେ ଚାଷ କରାଯାଇଥିବା ଗଞ୍ଜେଇ ଗଛଗୁଡ଼ିକୁ କାଟି ନଷ୍ଟ କରିଥିଲା। ଏହା ପରେ ଅଭିଯୁକ୍ତ ଦ୍ୱୟ ଗିରଫ ଭୟରେ ଫେରାର ଥିଲେ। ଦିନକିଛି ପରେ ସେମାନେ ଗାଁକୁ ଫେରିଥିବା ଖବର ପାଇ, ପୋଲିସ ସଫଳତାର ସହ ତାଙ୍କୁ ଗିରଫ କରିଥିଲା।
ଏହି ଅଭିଯାନ ମାଧ୍ୟମରେ ଦୀର୍ଘଦିନ ଧରି ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ଏବଂ ଚୋରା ଚାଲାଣରେ ଗୁରୁତ୍ୱପୂର୍ଣ୍ଣ ହାସିଲ ହୋଇଛି।,