Hot Posts

6/recent/ticker-posts

ନାବାଳିକା ଝିଅଙ୍କ ସହ ପିତାଙ୍କ ଅସଞ୍ଜନ ଦୁଷ୍କର୍ମ, ଗର୍ଭବତୀ ହେବା ପରେ ପିତା ଗିରଫ


ବେଲପଡ଼ା, ୧୫/୧ : ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ଅଞ୍ଚଳରେ ଏକ ଲଜ୍ଜାଜନକ ଓ ମନକୁ ଦୁଃଖିତ କରୁଥିବା ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜ ନାବାଳିକା ଝିଅଙ୍କ ସହ ଅନାଚାର କରି ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଛନ୍ତି। ଏହି ଘଟଣା ସଭ୍ୟ ସମାଜର ନୀତିକୁ ଯଥେଷ୍ଟ କଳଙ୍କିତ କରିଛି।  ଅଭିଯୁକ୍ତ ପୂର୍ବରୁ ପୁଣେ ଅଞ୍ଚଳରେ ଶ୍ରମିକ ଭାବେ କାମ କରୁଥିଲେ, ସେଠାରେ ସେ ଜଣେ ଯୁବତୀଙ୍କ ସହ ବିବାହ ପରି ସମ୍ପର୍କ ରଖିଥିଲେ। ତାଙ୍କ ୩ ଝିଅ ଏବଂ ୩ ପୁଅ ଥିଲେ। ତଥାପି, ଏକ ବିବାଦରେ ପଡି ସେ ସାନ ଝିଅକୁ ନିଇ ବେଲପଡ଼ାକୁ ଆସି ଥିଲେ। ତାଙ୍କୁ ସ୍ଥାନୀୟ ସ୍କୁଲରେ ନାମ ଲେଖାଇ ନିଜ ଜମିରେ ଚାଷ କରି ବସବାସ କରୁଥିଲେ।  ସ୍ଥାନୀୟ ଲୋକମାନେ ଅଭିଯୁକ୍ତଙ୍କ ଅସ୍ବାଭାବିକ ବ୍ୟବହାର ଏବଂ ନାବାଳିକାଙ୍କ ମାନସିକ ଅବସ୍ଥାରେ ପରିବର୍ତ୍ତନ ଦେଖି ତଦନ୍ତ କରି ଜାଣିଲେ ଯେ ଝିଅ ଗର୍ଭବତୀ ଅଛନ୍ତି। ଏହାର ଖବର ମିଳିବା ପରେ ଗାଁ ଲୋକେ ସିଡିପିଓ ବିଦ୍ୟୁତ୍‌ପ୍ରଭା ନାଗଙ୍କୁ ଜଣାଇଥିଲେ।  

ସିଡିପିଓଙ୍କ ସୂଚନା ଅନୁଯାୟୀ, ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଥିଲା ଏବଂ ତାଙ୍କୁ ବଲାଙ୍ଗୀରର ବାଲ ସୁଧାର ଗୃହକୁ ପଠାଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ପୋକ୍‌ସୋ ଆଇନ ଓ ବିଏନ୍‌ଏସ୍‌ରେ ମାମଲା ରୁଜୁ କରାଗଲା। କୋର୍ଟରେ ଜାମିନ ଅସ୍ୱୀକୃତ ହେବା ପରେ ତାଙ୍କୁ ଜେଲକୁ ପଠାଯାଇଛି।