Hot Posts

ପଦ୍ମ ବିଜେତାଙ୍କ ପାଇଁ ରାଜ୍ୟ ସରକାରର ବିଶେଷ ସମ୍ମାନ: ମାସିକ ୩୦ ହଜ଼ାର ସହାୟତା ଘୋଷଣା


ଭୁବନେଶ୍ୱର, ୧୬/୧ : ରାଜ୍ୟ ସରକାର ଆଜି ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗୁରୁବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ଜୀବିତ ପଦ୍ମ ବିଜେତାଙ୍କୁ ପ୍ରତି ମାସ ମାନ୍ୟ ସୂଚକ ୩୦ ହଜାର ଟଙ୍କା ସହାୟତା ରାଶି ଦିଆଯିବ। ଏହି ସହାୟକ ରାଶି ଚଳିତ ଜାନୁଆରୀ ମାସରୁ ଲାଗୁ ହେବ।  ମୁଖ୍ୟମନ୍ତ୍ରୀ ଗତ ମାସ ରାଜ୍ୟରେ ପଦ୍ମ ପୁରସ୍କାର ବିଜେତାଙ୍କୁ ଦୀର୍ଘକାଳ ଧରି ସମ୍ମାନ କରିବା ଉଦ୍ଦେଶ୍ୟରେ ଏକ ସମ୍ମାନ ସୂଚକ ସହାୟତା ଘୋଷଣା କରିଥିଲେ। ଏହି ମାସିକ ରାଶି ପଦ୍ମ ବିଜେତାମାନଙ୍କ ସମ୍ମାନ ବୃଦ୍ଧି ସହ ତାଙ୍କ ସାହିତିକ, ସାମାଜିକ, ଓ ଆଧ୍ୟାତ୍ମିକ ଯୋଗଦାନକୁ ପ୍ରୋତ୍ସାହନ ଦେବ।  

ରାଜ୍ୟରେ ବର୍ତ୍ତମାନ ୫୫ ଜଣ ଜୀବିତ ପଦ୍ମ ବିଜେତା ଅଛନ୍ତି। ସମ୍ମାନ ସୂଚକ ସହାୟତା ରାଶି ପ୍ରଦାନ ପାଇଁ ସରକାର ପ୍ରତି ବର୍ଷ ୨ କୋଟି ଟଙ୍କା ଖର୍ଚ୍ଚ କରିବ। ଏହା ରାଜ୍ୟର ସଂସ୍କୃତିକ ମୂଲ୍ୟବୋଧକୁ ଉନ୍ନତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିବ।  ରାଜ୍ୟ ସଂସ୍କୃତି ବିଭାଗର ପକ୍ଷରୁ କୁହାଯାଇଛି ଯେ, “ଏହା କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ଏକ ସମ୍ମାନ ଯାହାର ମାଧ୍ୟମରେ ରାଜ୍ୟ ସରକାର ପଦ୍ମ ବିଜେତାମାନଙ୍କ ପ୍ରତି ତାଙ୍କ ଯୋଗଦାନ ପ୍ରତି କୃତଜ୍ଞତା ପ୍ରକାଶ କରୁଛି।”  

ରାଜ୍ୟ ସରକାରର ଏହି ପଦକ୍ଷେପ ପଦ୍ମ ବିଜେତାମାନଙ୍କୁ ତାଙ୍କ ଶ୍ରେଷ୍ଠତା ଏବଂ ସମାଜରେ ତାଙ୍କର ଗୁରୁତ୍ୱ ସ୍ଥାପିତ କରିବାରେ ଏକ ମାର୍ଗଦର୍ଶକ ମନାଯାଉଛି।