ଭୁବନେଶ୍ୱର, ୩/୧: ଛତିଶଗଡ଼ର ଗରିଆବନ୍ଧ ଜିଲାରେ ଶୁକ୍ରବାର ସୁରକ୍ଷାବଳ ଏକ ବଡ଼ ଧରଣର ଏନ୍କାଉଣ୍ଟର ଚାଲିଥିଲା। ଏହାରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ସୁରକ୍ଷାକର୍ମୀମାନେ ଗୋଟିଏ ବନ୍ଧୁକ ଜବତ କରିଛନ୍ତି। ଗରିଆବନ୍ଧ ଅଞ୍ଚଳରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ସିଆର୍ପିଏଫ୍ ଏବଂ ଡିଆର୍ଜି ଯବାନମାନେ ମିଳିତ ଭାବେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ। ସଂଘର୍ଷରେ ଯବାନମାନେ ମାଓବାଦୀଙ୍କୁ ପଛେହଟିବାକୁ ବାଧ୍ୟ କରିବା ସହିତ ୩ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣା ପରେ ମାଓବାଦୀଙ୍କ ଗତିବିଧି ଦୃଷ୍ଟିରେ ରଖି ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଆହୁରି ଜୋରଦାର କରାଯାଇଛି। ସୁରକ୍ଷାବଳ ମାଓବାଦୀ ମୁକାବିଲାରେ ଏହି ଅଭିଯାନକୁ ସଫଳତା ଭାବେ ଗଣାଯାଉଛି।
ଏହି ଏନ୍କାଉଣ୍ଟର ମାଓବାଦୀ ଗତିବିଧି ଦମନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ମାନାଯାଉଛି। ଅଞ୍ଚଳରେ ସୁରକ୍ଷା ବ୍ଯବସ୍ଥା ଜାରି ରଖିବାକୁ ପୋଲିସ ସତର୍କ ରହିଛି।