ବିସ୍ତୃତ ପ୍ରସ୍ତୁତି ଏବଂ ଟିମ୍ ଗଠନ
ଏଥିପାଇଁ ୯ଟି ଟିମ୍ ଗଠନ ହୋଇଥିବାରେ ପ୍ରତିଟି ଟିମ୍ରେ ୪ ଜଣ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟକ୍ରମ ଚାଲିବ। ଏହି ଉଦ୍ୟମର ଲକ୍ଷ୍ୟ ଡଲ୍ଫିନ୍ର ସଂଖ୍ୟା ନିର୍ଦ୍ଧାରଣ କରି ତାଙ୍କ ସୁରକ୍ଷା ପ୍ରତି ନୂଆ ପଦକ୍ଷେପ ନେବା।
ଚିଲିକାରେ ଇରାୱାଡ୍ଡି ଡଲ୍ଫିନ୍ ଗଣନା
ଚିଲିକା ଡିଭିଜନର ବାନ୍ୟଜନ୍ତୁ ବିଭାଗ (ବାଲୁଗାଁ) ପକ୍ଷରୁ ମଧ୍ୟ ଡଲ୍ଫିନ୍ ଗଣନା ପୂର୍ବରୁ ସମାପ୍ତ ହୋଇଛି। ଏଥିରେ ଚିଲିକା ଏବଂ ତାହାର ସମୁଦ୍ର ମୁହାଣରେ ବଟଲ-ନୋଜ୍ ଡଲ୍ଫିନ୍ ସହ ଇରାୱାଡ୍ଡି ଡଲ୍ଫିନ୍ଙ୍କ ଗଣନା କରାଯାଇଛି। ସାତପଡ଼ା ଏବଂ ବାଲୁଗାଁରେ ମୋଟ ୧୮ଟି ଟିମ୍ ଏହି ଗଣନାରେ ନିଯୁକ୍ତ ହୋଇଥିଲେ।
ଡଲଫିନ ଗଣନାର ଗୁରୁତ୍ବ
ବନ୍ୟପ୍ରାଣୀ ସଂରକ୍ଷଣରେ ଏହି ଗଣନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଡଲ୍ଫିନ୍ର ସଂଖ୍ୟା ଅନୁମାନ କରି, ତାଙ୍କ ରହୁଥିବା ପରିବେଶ ଏବଂ ଜୀବନ ପ୍ରବାହକୁ ସୁରକ୍ଷିତ କରିବା ଲକ୍ଷ୍ୟ ନିମନ୍ତେ ପ୍ରଶାସନ ଏହି ଉଦ୍ୟମ ଜାରି ରଖିଛି।