Hot Posts

6/recent/ticker-posts

ମଣପୁରମ୍‌ ଡକାୟତି: ଅପରାଧୀ ଗିରଫ, ଗ୍ୟାଙ୍ଗ୍‌ ମୁଖ୍ୟ ସହିତ ୬ ଜଣ ଅପରାଧୀ ଫେରାର


ସମ୍ବଲପୁର, ୧୬/୧ : ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଘଟିଥିବା ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟର ସଶସ୍ତ୍ର ଡକାୟତି ମାମଲାରେ ଅଇଁଠାପାଲି ଥାନା ପୁଲିସ ଦ୍ବାରା ଦୁଇ ଅପରାଧୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଜଣେ ହେଲେ ବିହାରର ହାଜିପୁରର ପଙ୍କଜ ପାଶୱାନ (୨୬), ଅନ୍ୟ ଜଣେ ହେଲେ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନ। ସମ୍ବଲପୁରର ଠେଲକୁଲି ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ଏସ୍‌ଡିପିଓ ତୋଫାନ ବାଗ ପ୍ରଦାନ କରିଛନ୍ତି।  

ପୁଲିସ ଜଣାଇଛି ଯେ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ବେଆଇନ ଅସ୍ତ୍ର କାରବାର ଓ ଡକାୟତି ସହିତ ସଂପୃକ୍ତ ମାମଲା ରୁଜୁ ହୋଇଛି। ଯଦି ଏପର୍ଯ୍ୟନ୍ତ ୨୮ କିଲୋଗ୍ରାମ୍‌ ସୁନା ଓ ଲୁଟ୍‌ ହୋଇଥିବା ୪.୮୧ ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିନାହିଁ। ଗ୍ୟାଙ୍ଗ୍‌ର ମୁଖ୍ୟ ଉତ୍ତମ ଓ ସଞ୍ଜୟ ସହିତ ଅନ୍ୟ ୬ ଜଣ ଅପରାଧୀ ଫେରାର ଅବସ୍ଥାରେ ରହିଛନ୍ତି।  

ସମ୍ବଲପୁର ଡକାୟତିରେ ବିହାରର ଆତଙ୍କ ସୃଷ୍ଟି କରିଥିବା ସୁବୋଧ ସିଂ ଓ ପଲୁ ସିଂ ଗ୍ୟାଙ୍ଗ୍‌ର ମୁଖ୍ୟ ଭୂମିକା ଥିବାର ସୂଚନା ମିଳିଛି। ସେମାନେ ଜେଲରୁ ରଣନୀତି ପ୍ରସ୍ତୁତ କରି ଏହାକୁ କାର୍ଯ୍ୟରୂପ ଦେଇଥିଲେ। ଏହି ଅଭିଯୁକ୍ତମାନେ ଭାଇ ହେବାରୁ ସମନ୍ବୟ ବ୍ୟବସ୍ଥା ଆଶ୍ଚର୍ଯ୍ୟଜନକ ଥିଲା। ସେମାନେ ଏକ ଭଡ଼ାଘରରୁ କାର୍ଯ୍ୟାଳୟର କାର୍ଯ୍ୟଧାରା ଉପରେ ନିରିକ୍ଷଣ କରି ବିସ୍ତାରିତ ଯୋଜନା ପ୍ରସ୍ତୁତ କରିଥିଲେ।  ପୁଲିସ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ତଦନ୍ତ କରୁଛି। ଉତ୍ତମ ଓ ସଞ୍ଜୟଙ୍କ ଫଟୋ ଜାରି କରି ପୁଲିସ ସୂଚନା ଦେବାକୁ ଦର୍ଶାଇଛି ଯାହାପାଇଁ ୧ ଲକ୍ଷ ଟଙ୍କା ଅର୍ଥ ପୁରସ୍କାର ଘୋଷଣା କରାଯାଇଛି।  ଏହା ସହିତ ଅନ୍ୟ ଅଭିଯୁକ୍ତମାନଙ୍କ ଉପରେ କ୍ୟାମ୍‌ପ କରି ଗ୍ୟାଙ୍ଗ୍‌ର ତାନ୍ତ୍ରିକ ଯାଞ୍ଚ ଜାରି ରହିଛି।