Hot Posts

6/recent/ticker-posts

ଗଞ୍ଜାମରେ ସିରିଜ ଚୋରି ଦୁଇ ଭାଇ ସହ ୫ ଅଭିଯୁକ୍ତ ଗିରଫ, ଚୋରି ହୋଇଥିବା ସମଗ୍ରୀ ଜବତ

ଦିଗପହଣ୍ଡି, ୨୮/୧ : ଗଞ୍ଜାମ ଜିଲ୍ଲାର ପାଟପୁର ପୋଲିସ ଏକ ସଫଳ ଅପରେଶନରେ ସିରିଜ ଚୋରି ଘଟଣାରେ ଦୁଇ ଭାଇ ସହ ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସାନଖେମୁଣ୍ଡି ବ୍ଲକର ଗଙ୍ଗାପୁର ପଞ୍ଚାୟତର ଜୟପୁର କଲୋନୀର ଦୁଇ ଭାଇ ଆର.ଭଗବାନ ଓ ଆର.ଭାସ୍କର, ସହିତ ଆର.କାଳିଆ, ଆର.ବିକ୍ରାନ୍ତ ଓ ଆର.ଅଜୁ।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ନିକଟରୁ ସୁନା ଚେନ୍, କାନଫୁଲ, ରୂପାର ଅଳଙ୍କାର, ପିତ୍ତଳର ବସ୍ତୁ ଏବଂ ଥାଳି ସହ ଚୋରି ହୋଇଥିବା ସମଗ୍ରୀ ଜବତ କରାଯାଇଛି। ଏହି ଚୋରି ଘଟଣାଗୁଡ଼ିକୁ ଥାନା ମାମଲା ନଂ. ୫୦/୨୫, ୫୧/୨୫ ଓ ୫୨/୨୫ ରେ ଦର୍ଜ କରାଯାଇଥିଲା।

ଗତ ୨୦ ତାରିଖରୁ ୨୪ ତାରିଖ ମଧ୍ୟରେ ଏସ. ରଘୁନାଥପୁର ଓ ବଡିଆଓସ୍ତା ଗ୍ରାମରେ ସିରିଜ ଚୋରି ଘଟଣା ସଂପାଦିତ ହୋଇଥିଲା। ପାଟପୁର ପୋଲିସ ଆଇଆଇସି ଦୀପ୍ତିରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଗଠନ କରି ସନ୍ଦିଗ୍ଧ ଅଞ୍ଚଳଗୁଡ଼ିକରେ ଚଢାଉ କରାଯାଇଥିଲା। ଏହା ଫଳରେ ଚୋରି ଘଟଣାରେ ଜଡିତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ, ଚୋରି ହୋଇଥିବା ସମଗ୍ରୀ ମିଳିଛି।ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ-ଜେଲ ହାଜତକୁ ପଠାଯାଇଛି, ଯେଉଁଥିରେ ତାଙ୍କର ଜାମିନ ଆବେଦନ କୋର୍ଟ ଦ୍ୱାରା ନାମଞ୍ଜୁର କରାଯାଇଛି। ଘଟଣାର ସଠିକ ତଦନ୍ତ ପାଇଁ ପାଟପୁର ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।