ଭୁବନେଶ୍ବର, ୭ ଜାନୁଆରି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦ୍ୱାରା ଆଳୁ ଯୋଗାଣ ପୁଣିଥରେ ବନ୍ଦ କରାଯାଇଥିବାରୁ ଓଡ଼ିଶାରେ ଆଳୁ ଦର ଅଭବାହିତ ଭାବେ ବୃଦ୍ଧି ପାଇଛି। ଗତ କିଛି ଦିନ ଧରି ପଶ୍ଚିମବଙ୍ଗର ସୀମାନ୍ତରେ ଆଳୁ ଭର୍ତ୍ତି ଟ୍ରକ ରୋକାଯାଇଥିବାରୁ ଓଡ଼ିଶାରେ ପର୍ଯ୍ୟାପ୍ତ ଆଳୁ ପହଞ୍ଚିବା ଅସମ୍ଭବ ହୋଇଛି।
ଉତ୍ତର ପ୍ରଦେଶରୁ ଆଳୁ ଆଣିବାରେ ବିଳମ୍ବ ହେଉଥିବା ସହିତ ଗାଡ଼ି ପରିବହନ ଖର୍ଚ୍ଚ ଅଧିକ ରହିଥିବାରୁ ଦର ଉର୍ଦ୍ଧ୍ବଗତି ହେଉଛି। ଏହାର ଫଳସ୍ୱରୁ ସ୍ଥାନୀୟ ବେପାରୀମାନେ ଆଳୁର ଦର ଅଧିକ କରି ଗ୍ରାହକଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।
ସମ୍ପ୍ରତି, ଗ୍ରାହକମାନେ ଆଳୁ ଦରରେ ଏହି ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବାବେଳେ, ଶୀଘ୍ର ଏହାକୁ ସମାଧାନ କରିବା ପାଇଁ ସରକାରଙ୍କୁ ମଧ୍ୟ ଚାପ ବୃଦ୍ଧି ପାଉଛି।