Hot Posts

6/recent/ticker-posts

ରାଜଗାଙ୍ଗପୁରରେ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା କିମ୍ବା ଆତ୍ମହତ୍ୟା?


ସୁନ୍ଦରଗଡ଼, ୩/୧: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟ ପରିସରରେ ଥିବା ଆବାସରୁ ଶିକ୍ଷୟିତ୍ରୀ ସାଗରିକା ପଣ୍ଡାଙ୍କ (୩୬) ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା କୁ ନେଇ ମୃତାଙ୍କ ପରିବାର ହତ୍ୟା ର ଅଭିଯୋଗ କରିଛି। 

ଘଟଣାର ସମ୍ପୂର୍ଣ୍ଣ ଅବସ୍ଥା ସନ୍ଦିଗ୍ଧ ଥିବାବେଳେ, ମୃତାଙ୍କ ସ୍ବାମୀ ଜ୍ଞାନରଞ୍ଜନ ତ୍ରିପାଠୀ, ଯିଏ ଏହି ବିଦ୍ୟାଳୟରେ ଶିକ୍ଷକ ଭାବରେ କାର୍ଯ୍ୟରତ, ତାଙ୍କ ବିରୁଦ୍ଧରେ ହତ୍ୟାର ଅଭିଯୋଗ ଆଣାଯାଇଛି। ପରିବାରର ମତାନୁସାରେ, ସ୍ୱାମୀ ହତ୍ୟା କରି ଘଟଣାସ୍ଥଳରୁ ପଳାଇଥିବା କୁହାଯାଉଛି।  

ଘଟଣା ସ୍ଥଳରେ ପୋଲିସ ମୃତଦେହକୁ ଉଦ୍ଧାର କରି ଲାଇଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସ୍ୱାମୀ ତାଙ୍କ ମୋବାଇଲ ଯନ୍ତ୍ର ବନ୍ଦ କରି ଫେରାର ହୋଇଯାଇଛନ୍ତି  ପୋଲିସ ତାଙ୍କ  ଉପରେ ତଦନ୍ତ ମଧ୍ୟରେ କରୁଛି !