Hot Posts

6/recent/ticker-posts

କେନ୍ଦୁଝରରେ ହାତୀ ଆକ୍ରମଣ: ମହିଳାଙ୍କ ଜୀବନ ବଳିଦାନ, ବନ ବିଭାଗ କରିବ କ୍ଷତିପୂରଣ


କେନ୍ଦୁଝର, ୧୧/୧ : କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଗୟଳ ମୁଣ୍ଡା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମବାସି ସୁକୁରି ଜୁଆଙ୍ଗ (ବୟସ ୫୩) ହାତୀ ଆକ୍ରମଣରେ ଜୀବନ ହରାଇଥିବାରୁ ଅଞ୍ଚଳରେ ଶୋକର ଲହର ଫାଲିଛି। 

ସୂଚନା ଅନୁସାରେ, ମୃତକ ସୁକୁରି ଜୁଆଙ୍ଗ ଗତକାଲି ଅପରାହ୍ନରେ ବାରବାଙ୍କ ସଂରକ୍ଷିତ ଜଙ୍ଗଲରେ ଛେଳି ଚରାଇବାକୁ ଯାଇଥିଲେ। ସେଠାରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା, ଯାହାରେ ସେ ଗଭୀର ଆହତ ହେଇଥିଲେ। ବନ ବିଭାଗ କର୍ମଚାରୀ ମୂଲକ ତଥ୍ୟ ପାଇ ସତ୍ଵର ଉଦ୍ଧାର କାମ ଆରମ୍ଭ କରିଥିଲେ ଏବଂ ତାକୁ ଘଟଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ପଠାଗଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଆଜି ତାଙ୍କର ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି।  

ଘଟଣା ପରେ ବନ ବିଭାଗ ତଦନ୍ତ ଆରମ୍ଭ କରିଛି। ବନ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଜଣାଇଛନ୍ତି ଯେ ମୃତକ ପରିବାର ପାଇଁ ଉପଯୁକ୍ତ କ୍ଷତିପୂରଣ ସୁନିଶ୍ଚିତ କରାଯିବ।