Hot Posts

6/recent/ticker-posts

ଧର୍ମଶାଳାରେ ମୁଖ୍ୟମନ୍ତ୍ରୀର ହୁଁକାର: “ରାଜନୈତିକ ରାବଣରୁ ମୁକ୍ତ ହେଉଛି ଯାଜପୁର


ଯାଜପୁର, ୫ /୧:ଧର୍ମଶାଳା ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବିଜେଡିକୁ ଟାର୍ଗେଟ କରି କଡା ଭାଷାରେ ତୀଖ୍ଷଣ ଆକ୍ରମଣ କରିଛନ୍ତି। ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି ସେ କହିଛନ୍ତି, "ଯାଜପୁରକୁ ରାବଣ ଶାସନରୁ ମୁକ୍ତ କରିବାରେ ଆପଣମାନଙ୍କର ଯୋଗଦାନ ଅପରିହାର୍ଯ୍ୟ। ସ୍ଥାନୀୟ ଜନତା ରାଜନୈତିକ ଅହଂକାର ଏବଂ ଗର୍ବକୁ ଭାଙ୍ଗି ଦେଇ ଏହାର ପ୍ରମାଣ ଦେଇଛନ୍ତି।" 

ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ, କେତେକ ରାଜନେତା ଏହି ଅଞ୍ଚଳକୁ ନିଜ ପ୍ରଭାବକ୍ଷେତ୍ର ବୋଲି ଭାବୁଥିଲେ ଏବଂ ସେମାନଙ୍କ ଅବିସ୍ମରଣୀୟ ଜୟକୁ ଗର୍ବ କରୁଥିଲେ। କିନ୍ତୁ ଜନତା ତାହାକୁ ପ୍ରତ୍ୟାଖ୍ୟାନ କରି, ସେମାନଙ୍କ ଗର୍ବକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ଜଣାଇଦେଇଛନ୍ତି ଯେ ଗର୍ବ ସବୁବେଳେ ପତନକୁ ଆଣିଥାଏ।  

ମୁଖ୍ୟମନ୍ତ୍ରୀ କହିଛନ୍ତି, "ଯାଜପୁର ଜିଲାରେ ରାଜନୈତିକ ରାବଣମାନେ ତାଙ୍କର ଶକ୍ତି ଦେଖାଇଥିଲେ ଯଦିଓ ଜନତା ସେମାନଙ୍କୁ ଅସ୍ବୀକାର କରିଛନ୍ତି। ଆଗରୁ ଆସିଥିବା ଜନାଲୁହା ପ୍ରଭାବକୁ ଭାଙ୍ଗି ଦେବାରେ ଏହି ଅଞ୍ଚଳର ଲୋକମାନେ ଯୋଗ୍ୟତା ଦେଖାଇଛନ୍ତି।"  

ଯଦିଓ କାହାର ନାମ ସିଧାସଳଖ ଉଲ୍ଲେଖ କରାଯାଇନି, ମୁଖ୍ୟମନ୍ତ୍ରୀଙ୍କ ଭାଷାରୁ ସ୍ପଷ୍ଟ ଯେ ସେ ଶାସକ ଦଳ ବିଜେଡି ଏବଂ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ।