Hot Posts

6/recent/ticker-posts

ବରଗଡ଼ରେ ବିଦ୍ୟୁତ ବନ୍ଦ: ଆସନ୍ତା ୨୪ତାରିଖରେ ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ ସେବା ବିଘ୍ନିତ


ବରଗଡ଼, ୨୩/୧ : ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍‌ (ଓପଟିସିଏଲ୍‌) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ୍‌ ଗ୍ରୀଡ୍ ସବଷ୍ଟେଶନର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବରଗଡ଼ ଜିଲ୍ଲାର ଅନେକ ଅଞ୍ଚଳରେ ଆସନ୍ତା ୨୪ ଜାନୁଆରୀ (ବୁଧବାର) ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ବିଦ୍ୟୁତ୍ ସେବା ବନ୍ଦ ରହିବ

ଏହି ସମୟରେ ବିଜେପୁର, ଚାଉଁରପାଲି, ଦୁଲସେରା, ଘେଁସ୍‌, ଜାମକାନି, ଜାମୁଟପାଲି, ଜାରିଂ, ଖରମୁଣ୍ଡା, ଲେଖାପଦର, ମେଲଛାମୁଣ୍ଡା, ସର୍ଗିବାହାଲ, ସୋହେଲା, ପଦ୍ମପୁର, ଅମ୍ବାଭୋନା, ବଡ଼ମାଳ, ଭୁକ୍ତା, ହାତୀସର, କପାଶିରା, ଲଖନପୁର ଆଦି ଅଞ୍ଚଳ ଏବଂ ଏହାର ପାଖପାଖ ଅଞ୍ଚଳ ଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ।

ଓପଟିସିଏଲ୍‌ କର୍ତ୍ତୃପକ୍ଷ ଜଣାଇଛନ୍ତି ଯେ ଏହି କାର୍ଯ୍ୟ ସ୍ଥିର, ଗୁଣାତ୍ମକ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଅତ୍ୟନ୍ତ ଜରୁରୀ। ସାମୟିକ ଏହି ବିଘ୍ନ ଯୋଗୁ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ଦୁଃଖପ୍ରକାଶ କରାଯାଇଛି। ସେମାନେ ସମ୍ପୃକ୍ତ ଗ୍ରାହକ ଏବଂ ଜନସାଧାରଣଙ୍କ ଅବଶ୍ୟକ ସହଯୋଗ ନିମନ୍ତେ ଆହ୍ୱାନ କରିଛନ୍ତି।ସମ୍ପୃକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକମାନେ ଏହାକୁ ଧ୍ୟାନରେ ରଖି ତାଙ୍କର ଆବଶ୍ୟକ ବ୍ୟବସ୍ଥା ପୂର୍ବରୁ କରିନେବାକୁ ପରାମର୍ଶ ଦିଆଯାଇଛି।