Hot Posts

6/recent/ticker-posts

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ପୁରୀକୁ ଆସିଲା ପ୍ରଥମ ପର୍ଯ୍ୟାୟ ରଥ କାଠ

ପୁରୀ, ୨୮/୧ : ଆସନ୍ତା ରଥଯାତ୍ରା ପାଇଁ ଆବଶ୍ୟକ କାଠ ପ୍ରଥମ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜରୁ ଆସିଥିବା ୧୦୧ ଖଣ୍ଡ କାଠ ରଥ ନିର୍ମାଣ ପାଇଁ ଆମ୍ବାକାଟା ହୋଇଛି। ଏଥିରେ ୫୩ ଖଣ୍ଡ ଧଉରା ଏବଂ ୪୮ ଖଣ୍ଡ ଅସନ କାଠ ସାମିଲ ଅଛି।ପ୍ରତିବର୍ଷ ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହେ। ତାଙ୍କୁ ଯଥାନୁସାରେ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୫୧ ଖଣ୍ଡ କାଠ ମଞ୍ଜୁରି ଅଛି। ଏହା ସହିତ ମୋଟ ୮୧୪ ଖଣ୍ଡ ଅସନ, ଧଉରା ଏବଂ ଫାସୀ କାଠ ମାଧ୍ୟମରେ ରଥ ନିର୍ମାଣ ହେବ।ଆସନ୍ତା ଫେବୃଆରୀ ୨ ତାରିଖରେ ଶ୍ରୀପଞ୍ଚମୀ ଉପଲକ୍ଷେ ଶ୍ରୀମନ୍ଦିର ଅଫିସ ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥ କାଠ ପୂଜା ବିଧିପୂର୍ବକ କରାଯିବ। ବରିଷ୍ଠ ରଥ ତତ୍ତ୍ବାବଧାନକାରୀ ସୁଦର୍ଶନ ମେକାପ ତଥ୍ୟ ଦେଇ କହିଛନ୍ତି ଯେ, ପର୍ଯ୍ୟାୟକ୍ରମରେ ଅବଶିଷ୍ଟ କାଠ ମଧ୍ୟ ପୁରୀରେ ପହଞ୍ଚିବା ଉପରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିବ।