ରାୟପୁର, ୦୫/୧: ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ସୁରକ୍ଷା ବାହିନୀ ସହ ମାଓବାଦୀମାନଙ୍କ ମଧ୍ୟରେ ଘଟିଥିବା ଏନ୍କାଉଣ୍ଟରରେ ୪ ଜଣ ମାଓବାଦୀ ନିପାତ ହୋଇଛନ୍ତି। ଏହି ଯୁଦ୍ଧରେ ଜଣେ ସୁରକ୍ଷା କର୍ମୀ ସହିଦ ହୋଇଥିବା ସୂଚନା ମିଳିଛି। ଏନ୍କାଉଣ୍ଟର ପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଗୁଇନ୍ଦା ସୂଚନା ଅନୁସାରେ ଅବୁଝମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚିଥିବା ଖବର ମିଳିଥିଲା। ଏହି ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଅଭିଯାନ ଆରମ୍ଭ କରିଥିଲେ। କୁମ୍ବିଂ ଅପରେସନ ଦୃତ ହେବା ସମୟରେ ମାଓବାଦୀମାନେ ଗୁଳି ଚାଳନା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ମଧ୍ୟ ମୃତ୍ୟୁଜୟୀ ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ୪ ଜଣ ମାଓବାଦୀ ନିପାତ ହୋଇଥିବା ବେଳେ ଏକ ଯବାନ ଜୀବନ ହରାଇଥିଲେ।
ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି, ଯାହାରେ ଏକ AK-47 ବନ୍ଧୁକ ସମେତ ଅନ୍ୟାନ୍ୟ ଆକ୍ରମଣାତ୍ମକ ଅସ୍ତ୍ର ଥିଲା। ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ଏବଂ ପୋଲିସ ଗ୍ରାମ ଗୁଡ଼ିକୁ ସୁରକ୍ଷା ଦେବା ଉଦ୍ୟମରେ ଲାଗିଛି।